ରଥଯାତ୍ରା: ମୁଖ୍ୟମନ୍ତ୍ରୀଙ୍କୁ ଦଇତା ନିଯୋଗର ଚିଠି

ଭୁବନେଶ୍ୱର: ସମ୍ପ୍ରତି କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ ସେ ନେଇ ଆଶା ଆଶଙ୍କା ଲାଗି ରହିଛି । ତେବେ ଏହାରି ଭିତରେ ରଥଯାତ୍ରା କରିବାକୁ ଦଇତା ନିଯୋଗ ପକ୍ଷରୁ ନିବେଦନ କରାଯାଇଛି । ଏନେଇ ନିଯୋଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି । ଉକ୍ତ ଚିଠିରେ କଟକଣା ଯୁକ୍ତ ରଥଯାତ୍ରା କରିବାକୁ ନିଯୋଗ ପକ୍ଷରୁ ନିବେଦନ କରାଯାଇଛି । ଚିଠି ନେଇ ନିଯୋଗ ସମ୍ପାଦକ ଦୁର୍ଗା ଦାସମହାପାତ୍ର ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁଯାୟୀ ପୂର୍ବରୁ ବି ଭାରତରେ ଅନେକ ମହାମାରୀ ହୋଇଛି, ରଥଯାତ୍ରା ବନ୍ଦ ହୋଇନି । ୧୯୧୮ରେ ଏକ ମହାମାରୀରେ ଭାରତରେ ୧୦ ଲକ୍ଷ ଲୋକ ମୃତ୍ୟୁବରଣ କରିଥିଲେ । ସେଭଳି ପରିସ୍ଥିତିରେ ବି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୋଇନଥିଲା । ତେବେ ଚଳିତ ବର୍ଷ ରାଜ୍ୟ ସରକାର ପ୍ରତିଷେଧମୂଳକ ପଦକ୍ଷେପ ନେଇ ରଥଯାତ୍ରା କରାଇପାରିବେ । ପରମ୍ପରା ରକ୍ଷ ଓ ଭକ୍ତଙ୍କୁ ସୁରକ୍ଷା ଦେଖି କଟକଣାଯୁକ୍ତ ରଥଯାତ୍ରା କରାଇବାକୁ ଦଇତା ନିଯୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଛି । ପୁରୀର ସବୁ ପ୍ରବେଶପଥ ସିଲ କରି ରଥଯାତ୍ରା କରାଯାଇପାରିବ । ଆବଶ୍ୟକ ହେଲେ ସେବାୟତ ଓ ପୁଲିସଙ୍କ ଟେଷ୍ଟ କରାଯାଇପାରିବ ବୋଲି ଦଇତା ନିଯୋଗ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ