ରନ୍ଧାଖାଦ୍ୟ ତଦାରଖ କଲେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ପରିସ୍ଥିତିରେ ଅସହାୟ ଗରିବ ଲୋକ ମାନଙ୍କର ସମସ୍ୟା ବଢିଯାଇଛି । ସରକାର ଏସମସ୍ତ ଲୋକ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାର ଦାୟୀତ୍ୱ ଦିଆଯାଇଛି । ବୁଧବାର କାଦବରାଙ୍ଗ ପଞ୍ଚାୟତର ୬ଟି ସ୍ଥାନରେ ୯୦ ଜଣ ଅସହାୟ ଗରିବ ଲୋକଙ୍କୁ ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି । ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଶାକର ଖୁଣ୍ଟିଆ, ସରପଞ୍ଚ ଲକ୍ଷ୍ମୀପ୍ରିୟା ଭାରତୀ, ସମାଜସେବୀ ରାମେଶ୍ୱର ଭାରତୀ ପ୍ରମୁଖ ରନ୍ଧାଖାଦ୍ୟ ପ୍ରଦାନ ସ୍ଥଳକୁ ଯାଇ ସଠିକ୍ ଭାବେ ଖାଦ୍ୟ ପରିବେଷଣ ହେଉଛି କି ନାହିଁ ତାହା ତଦାରଖ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ