ରମ୍ଭା ପାନ୍ଥନିବାସରେ ଜିଲ୍ଲାସ୍ତରୀୟ ସିନ୍ଧୁ ଊର୍ମିର ରଜ ଉତ୍ସବ ପାଳନ : ସ୍ଵର୍ଣବିଜୟତା କ୍ରୀଡ଼ାବିତ ମନସ୍ୱନୀଙ୍କୁ ସମ୍ବର୍ଦ୍ଧନା

ଗଂଜାମ, (ବିନୋଦ ପଲାଇ) :-ରମ୍ଭା ପାନ୍ଥ ନିବାସ ସଭା କକ୍ଷଠାରେ ଖଲ୍ଲିକୋଟର ସାହିତ୍ୟ ଅନୁଷ୍ଠାନ ସିନ୍ଧୁ ଉର୍ମୀ ସାହିତ୍ୟ ସଂସଦ ଏବଂ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲାସ୍ତରୀୟ ରଜ ଉତ୍ସବ ପାଳନ ସଂପୂର୍ଣ୍ଣ ଉତ୍କଳୀୟ ପରମ୍ପରାରେ ପାଳନ ହୋଇଯାଇଛି । ଉତ୍ସବର ପ୍ରଥମ ଅଧିବେସନରେ ସୁଧାଂଶୁ ଶେଖର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅନୁଷ୍ଠାନ ର ସମ୍ପାଦକ ମାଧବ ବେହେରା, ଡ ରାଜେନ୍ଦ୍ର କୁମାର ବେହେରା, ବରିଷ୍ଠ ସମାଜ ସେବୀ ସୁବାସ ଚନ୍ଦ୍ର ପଣ୍ଡା ଓ ପୂର୍ଣ୍ଣ ରଥ ଅତିଥି ରୂପେ ଯୋଗଦାନ ଦେଇଥିଲେ । ଅଧ୍ୟାପିକା ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ ଏବଂ ଶିକ୍ଷକ ଦ୍ୱାରିକାନାଥ ମହାରଣାଙ୍କ ସଂଯୋଜନାରେ ପ୍ରାୟ ୫୦ରୁ ଉର୍ଦ୍ଧ କବି କବିତା ପାଠ କରିଥିଲେ । ଦ୍ଵିତୀୟ ଅଧିବେସନରେ ମୁଖ୍ୟ ଅତିଥି ରୂପେ ବିଶିଷ୍ଟ ଉଦ୍ଘୋଷକ୍ ହୃଷୀକେଶ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ବକ୍ତା ରୂପେ ସୁଦିପ୍ତା ପାଣିଗ୍ରାହୀ ସମ୍ମାନୀତ ଅତିଥି ରୂପେ , ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଗିରଥୀ ବେହେରା ପାନ୍ଥନିବାସର ପରିଚାଳକ ରବିନ୍ଦ୍ର କୁମାର ଦାସ ଯୋଗଦେଇ ଉତ୍କଳୀୟ ସଂସ୍କୃତିରେ ରଜ ପର୍ବର ଐତିହ୍ୟ ଏବଂ ବର୍ତ୍ତମାନର ଅବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଡିଶାରୁ ଏକ ମାତ୍ର ମହିକ ପ୍ରତିନିଧିତ୍ବ କରୁଥିବା ଗଞ୍ଜାମ ବ୍ଲକ ପଣିବନ୍ଧ ଗ୍ରାମର ଅନ୍ତର୍ଜାତୀୟ ଦୁଃସାହାସିକ ନୌଚାଳନା ସ୍ୱର୍ଣ୍ଣପଦକ ବିଜୟତା ମନସ୍ୱନୀ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତତ୍ତ୍ୱସହିତ ରଜ ପିଠା, ରଜ ଗୀତ ଓ ନୃତ୍ୟ ଦ୍ଵାରା ଆୟୋଜିତ ରଜ ପାଳନରେ ସୁଦୀପ୍ତା ପାଣିଗ୍ରାହୀଙ୍କୁ ରଜ କୁଇନ୍ ସହ ମଞ୍ଚ ଉପସ୍ଥାପିକା ପ୍ରତିଭା ସମ୍ମାନ, ଜୟନ୍ତୀ ବେହେରାଙ୍କୁ ସାହିତ୍ୟିକ ସମ୍ମାନ, ପ୍ରିୟମ୍ବଦା ତ୍ରିପାଠୀଙ୍କୁ ନୃତ୍ୟାଙ୍ଗନା ସମ୍ମାନ, ବିଦିଷା ପାତ୍ରଙ୍କୁ ଗାୟିକା ସମ୍ମାନ , ବସନ୍ତ କୁମାରୀ ସାମନ୍ତଙ୍କୁ ସମାଜସେବିକା ସମ୍ମାନରେ ଅନୁଷ୍ଠାନ ତରଫରୁ ସମ୍ମାନୀତ କରାଯାଇଥିଲା ଏହାକୁ ପରିଚାଳନା କରିଥିଲେ ସରୋଜବାଳା ପଟ୍ଟନାୟକ, ପଞ୍ଚାନନ ଖଟୁଆ, ଶେଷଦେବ ବେହେରା, ସାମ୍ବାଦିକ ସୁରଜିତ ବେହେରା ପ୍ରମୁଖ । ଏହି ରଜ ଉତ୍ସବରେ ଶତାଧିକ ସାହିତ୍ୟ ଓ ସଂସ୍କୃତିପ୍ରେମୀ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ