ରମ୍ଭା ସହରରେ ବାଳିକା ହଷ୍ଟେଲ ପୁନଃ ନିର୍ମାଣ ଓ ଚିଲିକା ଉପକୂଳରେ ସୌନ୍ଦର୍ଯ୍ୟକରଣ ପାଇଁ ବିଧାନସଭାରେ କଥା ଉଠାଇଲେ ବିଧାୟକ

ଗଞ୍ଜାମ, (ବିନୋଦ ପଲାଇ):ରମ୍ଭା ସହରରେ ଥିବା ବାଳିକା ହଷ୍ଟେଲର ପୁନରୁଦ୍ଧାର ଓ ଚିଲିକା ଉପକୁଳର ସୌନ୍ଦର୍ଯ୍ୟକରଣ ପାଇଁ କି ପଦକ୍ଷେପ ନେଇଛନ୍ତି , ସରକାର ସେନେଇ ବିଧାନସଭାରେ କଥା ଉଠାଇଛନ୍ତି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା। ରମ୍ଭା ସହରରେ ଦୀର୍ଘ ଦିନ ବନ୍ଦ ହୋଇ ରହିଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ବାଳିକା ହଷ୍ଟେଲ ପୁନଃ ଖୋଲିବା ପାଇଁ ସରକାରଙ୍କ ପକ୍ଷରୁ କି ପ୍ରକାର ପଦକ୍ଷେପ ନିଆଯାଇଛି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ଙ୍କୁ ପ୍ରଶ୍ନ କରିଥିଲେ ବିଧାୟକ ବେହେରା । ଏନେଇ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ରମ୍ଭା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ୧୯୯୦ ମସିହାରେ ଛାତ୍ରୀ ନିବାସ କାର୍ଯ୍ୟକାରୀ ହୋଇଥିଲା ।୧୯୯୪ ମସିହା ଠାରୁ ତାହା ବନ୍ଦ ହୋଇଯାଇଛି ।ବର୍ତ୍ତମାନ ସେହି ଛାତ୍ରୀ ନିବାସଟି ଭଗ୍ନ ଅବସ୍ଥାରେ ପଡ଼ି ରହିଛି ।ତେଣୁ ସେହି ଛାତ୍ରୀ ନିବାସଟି ପୁନଃ ଖୋଲିବା ସମ୍ଭବପର ନୁହେଁ ।ଜିଲ୍ଲା କାର୍ଯ୍ୟାଳୟର ସୁପାରିଶ ଓ ବଜେଟ ବ୍ୟୟ ବରାଦ କରାଯାଇ ନୂତନ ଏକ ଛାତ୍ରୀ ନିବାସ ନିର୍ମାଣ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ସେହିପରି ରମ୍ଭା ଚିଲିକା ଉପକୂଳକୁ ସୌନ୍ଦର୍ଯ୍ୟକରଣ ,ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଭବିଷ୍ୟତ ଯୋଜନା ତାହାକୁ କାର୍ଯ୍ୟକାରୀ କରିବା ପାଇଁ କେତେ ଟଙ୍କା ବ୍ୟୟ ବରାଦ ଅଟକଳ କରାଯାଇଛି ଏହା କେବେ ସୁଦ୍ଧା କାର୍ଯ୍ୟକାରୀ ହେବ ବୋଲି ପ୍ରଶ୍ନ ଉଠାଇଛନ୍ତି ବିଧାୟକ ବେହେରା । ଏନେଇ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ଯେ ରମ୍ଭା ଚିଲିକା ଉପକୂଳକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏକ ଇଣ୍ଟେରଗ୍ରେଟେଡ଼ ଡେଭଲୋପମେଣ୍ଟ ମାଷ୍ଟର ପ୍ଲାନ କରାଯାଇଅଛି ।ଅନୁମୋଦିଦ ମାଷ୍ଟର ପ୍ଲାନ ରିପୋର୍ଟ ଅନୁଯାୟୀ ରମ୍ଭା ଚିଲିକା ଉପକୂଳର ଉନ୍ନତି ନିମନ୍ତେ ଭବିଷ୍ୟତ ଯୋଜନା ,ବ୍ୟୟ ବରାଦ ଅଟକଳ ଏବଂ କାର୍ଯ୍ୟକାରୀ ସମୟସୀମା ଧାର୍ଯ୍ୟ କରାଯିବ ।ଏତଦବ୍ୟତୀତ ରାଜ୍ୟରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ବିଭିନ୍ନ ମାଧ୍ୟମରେ ପ୍ରଚାର ପ୍ରସାର କରାଯାଇଥାଏ ।ତନ୍ମଧ୍ୟରୁ ରମ୍ଭା ଚିଲିକା ଉପକୂଳକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଭବିଷ୍ୟତ ଯୋଜନାରେ ଅନ୍ତର୍ଭୁକ୍ତ ନିମନ୍ତେ ପଦକ୍ଷେପ ନିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ