ରଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଆର୍ମି କ୍ୟାମ୍ପସ ଚଳଚଞ୍ଚଳ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ): ଭାରତର ପ୍ରଥମ ନାଗରିକ ରାମନାଥ କୋବିନ୍ଦ ଆସନ୍ତା ୨୮ ତାରିଖରେ ଗୋଳାବନ୍ଧ ଠାରେ ଥିବା ଆର୍ମି ଏୟାର ଡିଫେନ୍ସ, କେନ୍ଦ୍ରର ଏକ ସ୍ୱତନ୍ତ୍ କାର୍ଯ୍ୟକ୍ରମରେ ଯୋଗଦେବେ ।ଏହି ଅବସରରେ ସେ ୨୫ବର୍ଷ ପୁର୍ତ୍ତି କରିୁଥିବା ଆର୍ମି ଏୟାର ଡିଫେନ୍ସ କର୍ଫକୁ ସମ୍ମାନଜନକ ପ୍ରେସିଡେନ୍ସ କଲର୍ସ ପ୍ରଦାନ କରିବେ । ରଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏଥିପାଇଁ ଗୁରୁବାର ଅଭ୍ୟାସ ପ୍ୟାରେଡର ଆୟୋଜନ ମଧ୍ୟ କରାଯାଇଥିଲା । ରଷ୍ଟ୍ରପତି କୋବିନ୍ଦଙ୍କ ସମେତ ସ୍ଥଳ ସେନା ମୁଖ୍ୟ ବିପିନ ସିଂ ରାୱତ, ଲେଫ୍ଟନାଣ୍ଟ ଜେନେରାଲ ଅଶ୍ୱିନୀ କୁମାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କ ସମେତ ଆର୍ମି ଏଡି କେନ୍ଦ୍ରର ମୁଖ୍ୟ ବ୍ରିଗାଡିୟର ରାଜୀବ ଶ୍ରୀବାସ୍ତବ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଥର ପାଇଁ ରଷ୍ଟ୍ରପତି କଲର୍ସ ଏଡୱାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦାନ କରୁଥିବାରୁ ସେନାବାହିନୀର ଯବାନ ଠାରୁ ଆରମ୍ଭ କରି ବ୍ରିଗ୍ରେଡିଏର ପର୍ଯ୍ୟନ୍ତ ସମସ୍ତ ମହଲରେ ଆନନ୍ଦ ପ୍ରକାଶ ପାଇଛି ।