ପ୍ରଜାପିତା ବ୍ରହ୍ମାକୁମାରୀଙ୍କ ଦ୍ୱାରା ଜଳ ସଂରକ୍ଷଣ ଓ ପରିବେଶ ସୁରକ୍ଷା

ଭୁବନେଶ୍ୱର,: ବୃକ୍ଷ ରୋପଣ ଦ୍ୱାରା ପରିବେଶ ସୁସ୍ଥ ରହିବା ସହ ଓ ଜଳସ୍ତର ବୃଦ୍ଧି କରିବାରେ ସହାୟକ ହେବ । ବ୍ୟାପକ ବୃକ୍ଷରୋପଣ ସହ ବର୍ଷାଦିନରେ ଜଳ ସଞ୍ଚୟ ଆବଶ୍ୟକ ବୋଲି କେଶୁରାରେ ପ୍ରଜାପତି ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାର ଓ ବ୍ରହ୍ମକୁମାରୀ ମାନଙ୍କ ଦ୍ୱାରା ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥିମାନେ କହିଛନ୍ତି । ଅନୁଷ୍ଠାନର ବିଜେବି ନଗର ଶାଖା ପକ୍ଷରୁ କେଶୁରା ଚନ୍ଦ୍ରଶେଖର ମହାଦେବ ମନ୍ଦିରଠାରେ ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କରାଯିବା ସହ ଦୁଇ ଦିନିଆ ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଅତିଥି ଭାବେ ସର୍ବଭାରତୀୟ ମାନବ ଅଧିକାର ସୁରକ୍ଷା ସଂଗଠନର କେନ୍ଦ୍ରୀୟ ସଚିବ ଏଲ୍ ସାହୁ, ବିଜେବି ନଗର ଶାଖା ସଞ୍ଚାଳିକା ବିକେ ତପସ୍ୱିନୀ, କେଶୁରା ଶାଖା ସଞ୍ଚାଳିକା ବିକେ ଅପର୍ଣ୍ଣା, ବିକେ ସନ୍ତୋଷ, ବିକେ ଦୀନବନ୍ଧୁ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ ଏହାକୁ ସୁଦର୍ଶନ ପ୍ରଧାନ, ବ୍ରଜବନ୍ଧୁ ଭୋଳ, ବିନୋଦ କୁମାର ରାଉତ, ଧୈର୍ଯ୍ୟଶୀଳ ପ୍ରଧାନ, ଅରକ୍ଷିତ ସ୍ୱାଇଁ ଓ କେଶୁରା ଗ୍ରାମର ମୁରବୀମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ