ରାଇକିଆ ବଣିକ ସଂଘ ର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ
ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବଣିକ ସଂଘ ର ଚତୁର୍ଥ ପ୍ରତିଷ୍ଠା ଦିବସ ରବିବାର ପାଳିତ ହୋଇଯାଇଛି । ସଭାପତି ପଦ୍ମ ଚରଣ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ସତ୍ୟବାନ୍ ପାତ୍ର,ତହସିଲଦାର ଅକ୍ଷୟ ପାଣି ଉଡୁ, ରାଇକିଆ ସରପଞ୍ଚ ଗୀତାଞ୍ଜଳି ନାୟକ, ବେରେଡାକିଆ ସରପଞ୍ଚ ଅକ୍ଷୟ ପ୍ରଧାନ ଯୋଗ ଦେଉଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ର ରେ ଉତ୍କର୍ଷତା ପାଇଁ ବ୍ୟକ୍ତି ବିଶେଷ ଓ ସଂଗଠନ ଙ୍କୁ ସମ୍ମାନିତ କରାଯାଇଥିଲା । ସଂପାଦକ ଦୂର୍ଯ୍ୟଧନ ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସର ରେ ମହିଳା ସଶକ୍ତିକରଣ ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ସେଥିରେ ବହୁ ସଂଖ୍ୟାରେ ମହିଳା ସାମିଲ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟ ରେ ସଂଗଠନ ସମ୍ପାଦକ ରାମକୃଷ୍ଣ ବେହେରା, ଉପସଭାପତି ପ୍ରତାପ ଜେନା , ସନ୍ଦୀପ ସାବତ, ତ୍ରିପତି ସୁବୁଦ୍ଧି, ସହ ସମ୍ପାଦକ ଶ୍ରୀନିବାସ ଆଚାରି, କୋଷାଧ୍ୟକ୍ଷ ବାଲ୍ମୀକି ପତି ଉପସ୍ଥିତ ଥିଲେ । ସହ ସଂପାଦକ ଦୂତି କୃଷ୍ଣ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ।


