ରାଇକିଆ ରୋଗୀ କଲ୍ୟାଣ ସମିତି ର ବୈଠକ

ରାଇକିଆ, (ଗଣେଶ ଚନ୍ଦ୍ର ବେହେରା):କନ୍ଧମାଳ ଜିଲ୍ଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସଭା ଗୃହ ରେ ରୋଗୀ କଲ୍ୟାଣ ସମିତି ତରଫରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୀ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ ଯୋଗ ଦେଇ ସ୍ବାସ୍ଥ୍ୟ କେନ୍ଦ୍ର ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ପଚାରି ବୁଝିବା ସହ ଏହାର ସମାଧାନ କିପରି ତୁରନ୍ତ ହୋଇ ପାରିବ ସେ ଦିଗ ରେ ଆଲୋଚନା କରିଥିଲେ । ବିଶେଷ କରି ଭେଷଜ, ସ୍ତ୍ରୀ ଓ ପ୍ରସୂତି ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ରେ କେହି ଡାକ୍ତର ନଥିବା ରୁ କ୍ଷୋଭ ପ୍ରକାଶ କରିଥିଲେ । ଏକ୍ସ ରେ ମେସିନ ମଧ୍ୟ କିପରି କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଇନ୍ ଚାର୍ଜ ଙ୍କ ସହ ଆଲୋଚନା କରିଥିଲେ । ଶବ ବ୍ୟବଚ୍ଛେଦ କାର୍ଯ୍ୟ ଅସ୍ଥାୟୀ କର୍ମଚାରୀ ଦ୍ଵାରା କରାଯାଉଥିବା ଏବଂ ଏହାଦ୍ଵାରା ଜନ ସଧାରଣ ଅସୁବିଧା ର ସମ୍ମୁଖୀନ ହେଉଥିବା ନେଇ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବୈଠକ ରେ ମେଡ଼ିକାଲ ଇନ୍ ଚାର୍ଜ ଶ୍ରୀନିବାସ ପାତ୍ର, ବିଡ଼ିଓ ସିମାଞ୍ଚଳ ମଣ୍ଡଳ, ସିଡ଼ିପିଓ, ବିଧାୟକ ପ୍ରତିନିଧି ତାରିଣୀ ପରିଚ୍ଛା , କମିଟି ସଦସ୍ୟ ବିଜୟ ପଣ୍ଡା, ବିଦ୍ୟରତ୍ନମଣି ଦିଗାଲ, ଅମିୟ ଦିଗାଲ, ଗୌର ଚନ୍ଦ୍ର ଦିଗାଲଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ