ରାଇରଙ୍ଗପୁରରେ ବିଜେପିର ସଂକଳ୍ପ ଯାତ୍ରା
ରାଇରଙ୍ଗପୁର- ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଇରଙ୍ଗପୁର ବିଜେପି ତରଫରୁ ଗାନ୍ଧୀ ସଂକଳ୍ପ ପଦଯାତ୍ରା ମହାସମାରୌହରେ ଅନୁଷ୍ଠିତ ହୋଇଯାଇଛି ।ପଶ୍ଚିମ ମୟୂରଭଞ୍ଜ ବିଜେପି ସଭାପତି ନବିନ ରାମଙ୍କ ନେତୃତ୍ଵରେ ଶତାଧିକ ଦଳୀୟ କର୍ମି ସ୍ଥାନୀୟ ଗାନ୍ଧୀପାର୍କସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ।ପରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଦର୍ଶନ,ସ୍ବଚ୍ଛତା ଭାରତ,ନିଶାନିବାରଣ,ସ୍ବଦେଶୀ ଅର୍ଥନୀତି,,ନୈତିକ ଶିକ୍ଷା,ଗଣତନ୍ତ୍ର ମୂଲ୍ୟବୋଧ,ପ୍ଲାଷ୍ଟିକ ମୁକ୍ତ ଭାରତ,ଜଳ ସଂରକ୍ଷଣ,ଜନସଂଖ୍ୟା ନିୟନ୍ତ୍ରଣ ଆଦି ଗାନ୍ଧୀ ମହା ବିଚାର ଧାରାକୁ ଜନତାଙ୍କ ପହଞ୍ଚାଇବା ଏବଂ ସମସ୍ତେ ସେହି ଧାରାରେ ଅନୁପ୍ରାଣିତ ହେବାପାଇଁ ଏକ ବିଶାଳ ପଦଯାତ୍ରା ରାଇରଙ୍ଗପୁର ସହର ପରିକ୍ରମା କରାଯାଇଥିଲା ।ଏଥିରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମନୋଜ ଦାସ,ପ୍ରଦୀପ ରାଉତ,ବିକାଶ ମହାନ୍ତ,ଗୌରବ ଅଗ୍ରୱାଲ,ଅଶୋକ ମହାନ୍ତ,ବରୁଣ ଦେ,ସୁନିଲ ମହାନ୍ତ,ଫାଗୁରାମ ମାର୍ଣ୍ଡି ,ବିଜୁ ଗୋପାଲ ଗୋପ,ପ୍ରଦୀପ ସାହୁ,ବାସନ୍ତୀ ହେମ୍ଭ୍ରମ, ମାଳତୀ ଆଳଦା ପ୍ରମୁଖଙ୍କ ନେତୃତ୍ଵରେ ଶତାଧିକ ଦଳୀୟ କର୍ମି ସାମିଲ ହୋଇଥିଲେ ।