ରାଇରଙ୍ଗପୁରରେ ବିଜେପି ତରଫରୁ ଅଟଳଜୀଙ୍କ ୨ୟ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଂଜଳି ଓ ବୃକ୍ଷରୋପଣ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ):ମହାନ ଜନନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୨ୟ ଶ୍ରାଦ୍ଧ ଦିବସ ରାଇରଙ୍ଗପୁର ବିଜେପି ତରଫରୁ ପାଳିତ । ପ୍ରାରମ୍ଭରେ ପଶ୍ଚିମ ମୟୂରଭଂଜ ବିଜେପି ଜିଲ୍ଲା ସଭାପତି ତଥି ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ମହାନ ଦେଶପ୍ରେମୀ,ଭାରତମାତାର ସୁଯୋଗ୍ୟ ସନ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ଦଳୀୟ କର୍ମୀ ବୃନ୍ଦ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେପି ସଂପାଦକ ନବୀନ ରାମ ଅଟଳଜୀଙ୍କ ନବ ଭାରତ ନିର୍ମାଣରେ ଭୂମିକା, ଦେଶମାତୃକାର ପାଇଁ ତାଙ୍କର ତ୍ୟାଗ ଉପରେ ଆଲୋକପାତ ପାତ କରିଥିଲେ ।ପରେ ଦଳ ତରଫରୁ ଏକ ବୃକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଦଳୀୟ କର୍ମୀ କୋଭିଡ-୧୯ ନିୟମ ଅନୁସାରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତାକୁ ଜଗି ଏହି ଶ୍ରାଦ୍ଧ ଦିବସ ପାଳନ କରିଥିଲେ । ରାଇରଙ୍ଗପୁର ପୌରାଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଥିବାରୁ ଅଳ୍ପ ସଂଖ୍ୟକ ଦଳୀୟ କର୍ମୀଙ୍କ ଦ୍ବାରା ନିରାଡମ୍ବରରେ ପାଳିତ ହୋଇଥିଲା । କାର୍ୟ୍ୟକ୍ରମରେ ମନୋଜ ଦାସ, କିଶୋର ରଜକ, ନଳିନୀ ଦାସ,ପ୍ରଦୀପ ରାଉତ,ଆଲୋକ ମହାନ୍ତ,ଶିବୁ ଅଗ୍ରୱାଲ,ମଣ୍ଟୁ ଦାସ,ରାଣା ମୋଦକ,ସୁରଜିତ ମହାନ୍ତି, ଶଶାଙ୍କ କୁମାର,ସଂଜୟ,ଚିକୁ,ପବନ ସାହୁ, ସିକନ୍ଦର ଦାସ, ଲଳିତ ଖଣ୍ଡେଇଏବଂ ଅନ୍ୟ ଦଳୀୟ କର୍ମୀ ସାମିଲ ହୋଇଥିଲେ ।


