ରାଇରଙ୍ଗପୁରରେ ରାଷ୍ଟ୍ରୀୟ ଲୋକ ଅଦାଲତ;୨୧୩ ଟି ମାମଲାର ୧୩ ଟି ଫଇସଲା

ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସିଭିଲ କୋର୍ଟ ପରିସରରେ ଶନିବାର ଦିନ ରାଷ୍ଟ୍ରୀୟ ଲୋକ ଅଦାଲତ ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୂପ ରଂଜନ ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ତାଙ୍କ ସହିତ ସନିୟର ସିଭିଲ ଜଜ ବାସୁଦେବ ଆଚାର୍ଯ୍ୟ,ଏସଡିଜିଏମ ସ୍ମରଣିକା ପ୍ରଧାନ ଏଵଂ ଜେଏମଏଫସି ମୋନିକା ଆଚାର୍ଯ୍ୟ ଶୁଣାଣିରେ ସାମିଲ ଥିଲେ ।ଏଡିଜେ କୋର୍ଟର ୧୯ ଟି ମାମଲା ପଂଜିକୃତ ହୋଇଥିବାବେଳେ କୌଣସି ମାମଲାର ଫଇସଲା ହୋଇ ନଥିଲା ।ସେହିଭଳି ସିନିୟର ସିଭିଲ ଜଜ କୋର୍ଟରେ ୬୪ଟି ବ୍ୟାଙ୍କ ମାମଲା ପଂଜିକୃତ ହୋଇଥିବାବେଳେ ୭ଟିର ଫଇସଲା ହୋଇ ଅଠର ଲକ୍ଷ ଅଣଚାଳିଶ ହଜାର ନଅଶହ ଛବିଶ
(୧୮,୩୯,୯୨୬.୦୦) ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।ତଦସହ ଅନ୍ୟ ସିଭିଲ ଜନିତ ୭ଟି ମାମଲାରେ ୧ଟି ଫଇସଲା କରାଯାଇ ଚାରି ଲକ୍ଷ ଅନେଶତ ହଜାର ଶହେନଅ (୪,୯୯,୧୦୯.୦୦)ଟଙ୍କା ଜୋରିମାନା ଆଦାୟ କରାଯାଇଛି ।ସେହିଭଳି ଏସଡିଜିଏମ କୋର୍ଟରେ ୧୦୭ ଟି ପଂଜିକୃତ ମାମଲାରୁ ୪ଟି ଫଇସଲା କରାଯାଇ ଏକ ଲକ୍ଷ ଉଣାଇଶ ହଜାର(୧,୧୯,୦୦୦.୦୦)ଟଙ୍କା ଜୋରିମାନା ଆଦାୟ କରାଯାଇଛି ।ସେହିଭଳି ଜେଏମଏଫସି କୋର୍ଟରେ୧୬ଟି ପଂଜିକୃତ ମାମଲାରୁ ୧ଟି ଫଇସଲା କରାଯାଇ ଏକଲକ୍ଷ ଷାଠିଏ ହଜାର (୧,୬୦,୦୦୦.୦୦)ଟଙ୍କା ଜୋରିମାନା ଆଦାୟ କରାଯାଇଛି ।ସମୁଦାୟ ୨୧୩ଟି ପଂଜିକୃତ ମମଲାରୁ ୧୩ଟି ଫଇସଲା କରାଯାଇ ଛବିଶ ଲକ୍ଷ ଅଠର ହଜାର ପଇଁତିରିଶ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।କାର୍ଯ୍ୟକ୍ରମରେ କୋର୍ଟର କର୍ମଚାରୀ ଲକ୍ଷ୍ମଣ ମାର୍ଣ୍ଡିଙ୍କ ସମେତ ଅନ୍ୟ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ