ରାଇରଙ୍ଗପୁରରେ ସଡ଼କ ସଚେତନତା କାର୍ଯ୍ୟକ୍ରମ

ରାଇରଙ୍ଗପୁର , (ଯୁଗାବ୍ଦ ନ୍ୟୁଜ) ବାମନଘାଟୀ ଟ୍ରକ ମାଲିକ ସଂଘ ଏବଂ ରାଇରଙ୍ଗପୁର ଟାଉନଥାନା ମିଳିତ ଆନୁକୁଲ୍ୟରେ ଶୁକ୍ରବାର ଦିନ ସକାଳ ୮.୩୦ଟା ପାଖାପାଖି ସମୟରେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମଣିଷ ଜୀବନ ଦୁର୍ଲଭ । ଜନସଂଖ୍ୟା ଓ ପରିବହନ ଯାନ ସଂଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି । ତେଣୁ ବେପରୁଆ ଚାଳକ,ମଦୁଆ ଡ୍ରାଇଭର, ନାବାଳକ ଚାଳକ,କାନରେ ମୋବାଇଲ ଲଗାଇ ଚଳାଉଥିବା ଚାଳକ, ଟ୍ରାଫିକ ନିୟମ ଅସେଚନତା ଚାଳକ, ପ୍ରତିଦ୍ବନ୍ଦିତା କରୁଥିବା ଚାଳକ, ବିନା ହେଲମେଟରେ ଗାଡ଼ି ଚଳାଇବା, ବିନା ଲାଇସେନ୍ସରେ ଚଳାଉଥିବା ଗାଡ଼ି ଚାଳକ ଯୋଗୁଁ ସଡ଼କ ଦୁର୍ଘଟଣା ମାତ୍ରା ବୃଦ୍ଧି ପାଉଛି । ଏହାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଗାଡ଼ି ଚାଳକ ଙ୍କ ଉପରେ କଠୋର ନିଷ୍ପତ୍ତି ନେଇଛନ୍ତି । ତେଣୁ ଆମେ ଜନତାଙ୍କୁ ସଚେତନ କରାଇବା ପାଇଁ ଅଣ୍ଟା ଭିଡିଛନ୍ତି ବାମନଘାଟୀ ଟ୍ରକ ମାଲିକ ସଂଘ ଏବଂ ରାଇରଙ୍ଗପୁର ଟାଉନଥାନା । ଏଥିନେଇ ଏକ ବିଶାଳ ଶୋଭାଯାତ୍ରା ର ଆୟୋଜନ କରାଯାଇଥିଲା । ଏଥିରେ ରାଇରଙ୍ଗପୁରର ଅଗ୍ରଣୀ ବୈଷୟିକ ଶିକ୍ଷା ଅନୁଷ୍ଠାନ ‘ରାଇରଙ୍ଗପୁରର ଆଇଟିଆଇ ଛାତ୍ର/ଛାତ୍ରୀ ସାମିଲ ହୋଇଥିଲେ । ରାସ୍ତାରେ ଜନତାଙ୍କୁ ସଚେତନତା ଲିଫଲେଟ ଦେବା, ପ୍ଲାକାର୍ଡରେ ଲେଖା ଥିବା ସଚେତନ ବାର୍ତ୍ତା, ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଲୋକମାନଙ୍କୁ ସଡ଼କ ସୁରକ୍ଷା ସଚେତନ ଶୁଣାଇବା ସହ ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ ।ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଟାଉନଥାନା ଅଧିକାରୀ ରଂଜନ ସେଠୀ,ବାମନଘାଟୀ ଟ୍ରକ ମାଲିକ ସଂଘ ସଭାପତି, ସଂପାଦକ ମନୋରଞ୍ଜନ ପଟ୍ଟନାୟକ, ସଂଜୀବ ରାମ ପ୍ରମୁଖ ନେତୃତ୍ଵ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ