ରାଇରଙ୍ଗପୁରର ଶହୀଦ ପରିବାରଙ୍କୁ ଭେଟିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ବିଜୁଜନତା ଦଳର ରାଜ୍ୟ ସାଂଗଠନିକ ସଂପାଦକ, ପୂର୍ବତନ ମନ୍ତ୍ରୀ, ଯାଜପୁର ବିଧାୟକ ତଥା ପୂଣ୍ୟ-ତୋୟା ବୈତରଣୀ ନଦୀ କୂଳର ମା’ବିରାଜା କ୍ଷେତ୍ରର ଲଢୁଆ ପୁଅ , ଓଡ଼ିଆ ଯୁବଛାତ୍ରଙ୍କ ଆଇକନ ପ୍ରଣବ ପ୍ରକାଶ ଦାସ (ବବି ଭାଇ)ଙ୍କ ଜନ୍ମ ଦିନ । ଆଜିର ଜନ୍ମ ଦିନକୁ ସେ ନିଆରା ଢଙ୍ଗରେ ପାଳିଛନ୍ତି । ତାଙ୍କର ବିଜୁଜନତା ଦଳ ପ୍ରତି ନିଷ୍ଠା,ତ୍ୟାଗ, କାର୍ଯ୍ୟ, ଆନୁଗତ୍ୟ, ସମର୍ପିତ ମନୋଭାବ, କ୍ଷମତା ଓ ଚୌକି ପ୍ରତି ଅଣଲାଳସା ମନୋଭାବ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟ ବିଜୁ ଜନତା ଦଳର ସାଂଗଠନିକ ସଂପାଦକ ସହ ଓଡ଼ିଶାର ସର୍ବବୃହତ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ସ୍ୱତନ୍ତ୍ର ଦାୟିତ୍ଵ ପ୍ରଦାନ କରିଛନ୍ତି । ଆଜିର ଜନ୍ମ ଦିନକୁ ଚାକଚଚମକ ଭୂବନେଶ୍ୱର ସହରରେ ନ ପାଳି ଛୁଟି ଆସିଥିଲେ ସୁଦୂର ରାଇରଙ୍ଗପୁର । ଜନ୍ମଦିନର କିଛି ସମୟ କାଟିବା ପାଇଁ ଲାଦାଖରେ ଉପତ୍ୟକାରେ ଶହୀଦ ହୋଇଥିବା ରାଇରଙ୍ଗପୁରର ବଡଚମ୍ପାଉଦା ଗ୍ରାମର ନନ୍ଦୁରାମ ସୋରେନଙ୍କ ପରିବାରଙ୍କ ସହ । ସେ ଆସି ରାଇରଙ୍ଗପୁର ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ଦଳୀୟ କର୍ମୀ ସହ ରାଇରଙ୍ଗପୁର ସହରର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ରାଇରଙ୍ଗପୁର ସହରର ରାଉତଖମାରର ୩ ଏକର ସରକାରୀ ଜମିରେ ଦୈନିକ ପରିବା ମାର୍କେଟରେ ମାର୍କେଟ କମ୍ପ୍ଲେକ୍ସ, ରାସ୍ତା, ବିଜୁଳି,ପିଇବା ପାଣି, ପାର୍କିଂ ସୁବିଧା ପାଇଁ ଆଲୋଚନା ହୋଇଥିଲା । ସେ ଏହାର ସୁବିଧା ପାଇଁ ପଦକ୍ଷେପ ନେବେ ବୋଲି କହିଥିଲେ । ପରେ ସେ ରାଇରଙ୍ଗପୁରର ଅଁଳାଡୁବାସ୍ଥିତ ୫୦ବର୍ଷର ପୁରାତନ ଗୋଶାଳାକୁ ଯାଇଥିଲେ । ସେ ଉତ୍ତର ଓଡ଼ିଶାର ସର୍ବ ପୁରାତନ ଗୋଶାଳାର ବହୁ ବର୍ଷର ସମସ୍ୟା ୫ଏକର ସରକାରୀ ଜମିକୁ ରେକର୍ଡ ଭୁକ୍ତ (ପଟ୍ଟା) ପାଇଁ ଆରଡ଼ିସି ଓ ବିଭାଗୀୟ ଅଧିକାରୀଙ୍କ ସହ ପରାମର୍ଶ କରିଥିଲେ । ରାଇରଙ୍ଗପୁରର ଅର୍ବାନ ବ୍ୟାଙ୍କର ଜମାକାରୀ ଓ ବଣିକ ସଂଘ ସହ ଫଳପ୍ରଦ ଆଲୋଚନା କରିଥିଲେ । ପରେ ଯେଉଁ ମହତ୍ ଉଦ୍ଦେଶ୍ୟରେ ନିଜର ଜନ୍ମଦିନର କିଛି ମୂହୁର୍ତ୍ତ କାଟିବାକୁ ସହୀଦ ପରିବାରଙ୍କ ଗାଁକୁ ଛୁଟି ଯାଇଥିଲେ । ସେଠାରେ ସହୀଦ ନଦୁରାମଙ୍କ ଧର୍ମପତ୍ନୀ ଲକ୍ଷ୍ମୀରାଣୀ ସୋରେନ ଏବଂ ତାଙ୍କର ୩ କନ୍ୟାଙ୍କୁ ଭେଟି ନିଜ ଅନ୍ତରର ଭାବପୁର୍ଣ ସମବେଦନା ଜଣାଇଥିଲେ । ଆଗକୁ ନଦୁରାମଙ୍କ ଶୁଦ୍ଧକ୍ରିୟା ଅଛି ସେଥିନିମନ୍ତେ ତାଙ୍କ ଧର୍ମପତ୍ନୀଙ୍କୁ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ତଦସହ ସହୀଦଙ୍କ ୩ଝିଅଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ରାଜ୍ୟ ଯୁବ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି ଭାଇ) ଙ୍କ ରାଇରଙ୍ଗପୁର ତୋଫାନୀ ଗସ୍ତ ସମୟରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ରାଜ୍ୟ କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ମୋରଡା ବିଧାୟକ ରାଜ କିଶୋର ଦାସ,ବାସନ୍ତୀ ହେମ୍ବ୍ରମ,ବବି ଭାଇଙ୍କ ମୟୂରଭଂଜ ପ୍ରତିନିଧି ପ୍ରକାଶ ମହାନ୍ତି, ସୁବ୍ରତ ଛାଟୋଇ,ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ଏସଡିସି ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ପୂର୍ବତନ ବିଧାୟକ ସାଇବା ସୁଶିଲ ହାଁସଦା, ରାଇରଙ୍ଗପୁର ବରିଷ୍ଠ ନାଗରିକ ସଂଘ ସଭାପତି ରସାନନ୍ଦ ଲେଙ୍କା, ପାର୍ଥ ସାରଥୀ କବି, ଶୁଶାନ୍ତ ଚୌଧୁରୀ (ମନୁ ଭାଇ), ସରକାରୀ ଓକିଲ ପଙ୍କଜ ଦାସ,ରତିକାନ୍ତ ପରୀକ୍ଷା,ପ୍ରୀତିନନ୍ଦା କାନୁନଗୋ, ଉମାକାନ୍ତ ମହାନ୍ତି,ଜଲେନ ନାଏକ,ତିରିଂ ବ୍ଲକ ଅଧ୍ୟକ୍ଷା ଜେମାମଣି ଷୁଣ୍ଢି, ବିଶୋଇ ବ୍ଲକ ଅଧ୍ୟକ୍ଷା ତୁଲସି ସିକ୍ରି, ଜିଲ୍ଲା ପରିଷଦ ସଦସ୍ୟ ପରେଶ୍ ମୁଣ୍ଡା, ଗଣେଶ ମିଶ୍ର, ଅଭିଷେକ ପଟ୍ଟନାୟକ,ବିଜୟ ନାଏକ, ବଳଦେବ ହେମ୍ବ୍ରମ, ମନୋରଂଜନ, ସରପଞ୍ଚ ଡୁମୁକା ହେମ୍ବ୍ରମ,ତନୁଜା ମହାନ୍ତ,ସାଜିଦ୍ ହୁସେନ, ଅଭିଷେକ ମହାନ୍ତି, ଆହ୍ୱାନ ପଟ୍ଟନାୟକ, ବିକାଶ ମୋଦକ,ସୌମିକକାନୁନଗୋ,ଚିନ୍ମୟ ଦାସ,ସୌରଭ ଦାସ, ସୁଧାଂଶୁ ବେହେରା, ରାଜୁ ସିଂ ରାଜପୁତ, ଗୁନା ମହାନ୍ତ,ପପୁ ମହାନ୍ତ, ହେମନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।
ହସଖୁସ୍ ମିଜାଜ,କର୍ମିବତ୍ସଳ, ମାପଚୁପ ନେଇ ଅଳ୍ପଭାଷୀ, ବିଚକ୍ଷଣ ବ୍ୟକ୍ତିତ୍ୱ ବବି ଭାଇଙ୍କ ସହ ଖୁବ୍ ନିକଟରେ ୩ଘଣ୍ଟା ବିତାଇ ମୟୂରଭଂଜ ଜିଲ୍ଲାର ଲୋକସଭା ସାଂସଦ ଓ ୬ ବିଧାୟକ ହରାଇ ଅସହାୟ ହୋଇ ପଡିଥିବା କର୍ମୀଙ୍କ ମହଲରେ ଆଶାର ସଂଜୀବନୀ ସୃଷ୍ଟି ହୋଇଥିଲା ।


