ରାଇରଙ୍ଗପୁରସ୍ଥ ଅଁଳାଡୁବା ସତସଙ୍ଗ ବିହାରରେ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମ ବାର୍ଷିକୀ

ରାଇରଙ୍ଗପୁର-“ସୁସ୍ଥ ସମାଜ ଗଠନ ଦିଗରେ ଆଧ୍ୟାତ୍ମିକତା, ସତସଙ୍ଗ ଏବଂ ସଦଗୁରୁ ଅପରିହାର‌୍ୟ୍ୟ । ରବିବାର ଦିନ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରସ୍ଥ ଅଁଳାଡୁବାସ୍ଥିତ ସତସଙ୍ଗ ବିହାର ପରିସରରେ ମହାନ ସନ୍ଥ ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୨ ତମ ଜନ୍ମୋତ୍ସବ ଶହ ଶହ ଶ୍ରଦ୍ଧାଳୁଙ୍କ ଦ୍ଵାରା ପାଳିତ ହୋଇଯାଇଛି । ସକାଳେ ଶ୍ରଦ୍ଧାଳୁଙ୍କ ଦ୍ଵାରା ପରମ ଠାକୁରଙ୍କର ପୂଜାର୍ଚନା ପରେ ଏକ ବିଶାଳ ନଗର ସଂକୀର୍ତ୍ତନ ରାଇରଙ୍ଗପୁର ସହର ପରିକ୍ରମା କରିଥିଲେ ।ପରେ ସତସଙ୍ଗ ବିହାରରେ ଏକ ସତସଙ୍ଗ ଏବଂ ଆଧ୍ୟାତ୍ମିକ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ ମମନିଷ ମିଶ୍ର, ମୁଖ୍ୟ ବକ୍ତା ମୋରଡା ବିଧାୟକ ରାଜ କିଶୋର ଦାସ, ସତସଙ୍ଗ ବିହାର ସଭାପତି ଡାକ୍ତର ବିଚିତ୍ରାନନ୍ଦ ପଟ୍ଟନାୟକ,ହରିହର ଦାସ ପ୍ରମୁଖ ଉପସ୍ଥିତ ସତସଙ୍ଗୀ ଭାଇଭଉଣୀ ମାନଙ୍କୁ ସାଂପ୍ରତିକ ପରିସ୍ଥିତିରେ ସୁସ୍ଥ ସମାଜ ଗଠନ ପାଇଁ ଆଧ୍ୟାତ୍ମିକତା ଅପରିହାର‌୍ୟ୍ୟ ବୋଲି ବିଭିନ୍ନ ତଥ୍ୟ ଭିତ୍ତିକ ଉପସ୍ଥାପନ କରିଥିଲେ । ଅର୍ଥ ସର୍ବସ୍ବ ଦୁନିଆଁରେ ମାନସିକ, ପାରିବାରିକ ଶାନ୍ତି ନାହିଁ । ମାନସିକ ସନ୍ତୁଳନତା ଏବଂ ପରିବାରରେ ସଂସ୍କାର ପାଇଁ ଆଧ୍ୟାତ୍ମିକତା ଦିଗରେ ନିଜକୁ ସମର୍ପିତ କରିବା ଆବଶ୍ୟକ ଏବଂ ସଦଗୁରୁ ମାନଙ୍କ ବାଣୀ , ହିତୋପଦେଶକୁ ନିଜ ଜୀବନରେ କଥନୀ ଏବଂ କରନୀରେ ବ୍ୟବହାରରେ ଲଗାଇବା ଉଚିତ ।ପରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ଅପରାହ୍ନରେ ବହୁ ଯୁବକ ଯୁବତୀ ଠାକୁରଙ୍କ ଦୀକ୍ଷା ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ