ରାଇରଙ୍ଗପୁର ଅବକାରୀ ବିଭାଗର ବିଭିନ୍ନ ସ୍ଥାନରେ ଚଢାଉ;ରନ୍ଧା ମଦ ଏବଂ ରୋଷେଇ ସାମଗ୍ରୀ ନଷ୍ଟ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଜିଲ୍ଲା ଅବକାରୀ ସୁପରଗଣ୍ଟେଡଜଣ୍ଟ ପୁରୁଷୋତ୍ତମ ଧାରୁଆଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଓଆଇସି ହରିହର ସିଂଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୫୦୦୦ କେଜି ପୋତି,୧୧୦ ଲି ଦେଶୀ ରନ୍ଧା ମଦ ଏବଂ ବିଭିନ୍ନ ରୋଷେଇ ସାମଗ୍ରୀ ନଷ୍ଟ କରାଯାଇଛି । ସୂଚନାଯୋଗ୍ୟ ଯେ ଶୁକ୍ରବାର ଦିନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତାମୁଡିଆ ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରାଯାଇ ୧୪୦୦କେଜି ପୋଚ,୨୦ଲି ଦେଶୀ ରନ୍ଧା ମଦ ଏବଂ ରୋଷେଇ ନଷ୍ଟ କରାଯାଇଥିଲା । ସେହିଭଳି ବାଦାମ ପାହାଡ ଥାନା ଅନ୍ତର୍ଗତ ବିଷ୍ଟୁ ପୁର ଗ୍ରାମ୍ଯ ଜଙ୍ଗଲରେ ୧୧୦୦କେଜି ପୋତି,୧୦ଲି ଦେଶୀ ରନ୍ଧା ମଦ ଏବଂ ରୋଷେଇ ସାମଗ୍ରୀ ନଷ୍ଟ କରାଯାଇଛି । ସେହିଭଳି ଶନିବାର ଦିନ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ପିଠାକୁଟୁଣି ଏବଂ ରାଖାସାହି ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରାଯାଇ ୨୬୦୦ କେଜି ପୋଚ,୮୦ଲି ଦେଶୀ ରନ୍ଧା ମଦ ଏବଂ ବହୁ ପରିମାଣର ରୋଷେଇ ସାମଗ୍ରୀ ନଷ୍ଟ କରାଯାଇଛି ।