ରାଇରଙ୍ଗପୁର ତହସିଲ ପକ୍ଷରୁ ସଡକ ସୁରକ୍ଷା ସପ୍ତାହ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଜାନୁଆରୀ ପହିଲା ଠାରୁ ସାତ ତାରିଖ ପର୍ଯ୍ଯନ୍ତ ସଡକ ସୁରକ୍ଷା ସପ୍ତାହ ସାରା ଓଡିଶାରେ ପାଳିତ ହେଉଅଛି I ଉକ୍ତ ସଚେତନତା କାର୍ଯ୍ଯକ୍ରମରେ ରାଇରଙ୍ଗପୁର ତହସିଲ କାର୍ଯ୍ଯାଳୟ ପକ୍ଷରୁ ତହସିଲଦାର ଶ୍ରୀ ବିଶ୍ଵନାଥ ବିଶ୍ବାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଇରଙ୍ଗପୁର ସହରରେ ଏକ ସଡ଼କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣ ,ପଥିକ,ବାଟୋଇବାଇକ ଆରୋହୀ,ପରିବହନ ଯାତ୍ରୀଙ୍କ ମଧ୍ୟରେ ‘ସଡ଼କ ସୁରକ୍ଷା ଜୀବନ ରକ୍ଷା ‘ ସଚେତନତା ବାର୍ତ୍ତା ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସମସ୍ତଙ୍କୁ ସଚେତନ କରାଇଥିଲେ ।ବାହାରି ନଗର ପରିକ୍ରମା କରି ଲୋକମାନଙ୍କୁ ସଚେତନ କରି କହିଥିଲେ – । ଗାଡିଚାଳନା ବେଳେ ହେଲମେଟ୍ ବ୍ଯବହାର, ନିଶା ଦ୍ରବ୍ଯ ଠାରୁ ଦୂରେଇ ରହିବା,ମୋବାଇଲ କାନରେ ଲଗାଇ ବାଇକ ନ ଚଳାଇବା,କାର ସମ୍ମୁଖରେ ବସିବା ବେଳେ ବେଣ୍ଟ ଲଗାଇବା, ସରକାରଙ୍କ ନିୟମାବଳୀ ଅନୁସରଣ କରିବା,ଦୃତ ଗତିରେ ଗାଡି ନ ଚଳାଇବା,ସମ୍ମୁଖ ଗାଡ଼ିକୁ ଅତିକ୍ରମ ନ କରିବା,ଟ୍ରାଫିକ ନିୟମ ମାନିବା ନେଇ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ । ରାସ୍ତାରେ ବିନା ହେଲମେଟ ଏବଂ କାରରେ ଯାଉଥିବା ବ୍ୟକ୍ତିଙ୍କୁ ସିଟ୍ ଵେଲ୍ଟ ପିନ୍ଧିବା,ଅମାନିଆ ଟ୍ରାକ୍ଟର ଡ଼୍ରାଇଭର ମାନଙ୍କୁ ଧୀର ବେଗରେ ଚଳାଇବା ଉପରେ ସଚେତନ କରାଇଥିଲେ ।ମନୁଷ୍ୟ ଜୀବନ ଦୁର୍ଲଭ । ନିଜେ ସୁରକ୍ଷିତ ରହିଲେ ପରିବାର ସୁରକ୍ଷିତ ହେବା ସହ ସମାଜ ସୁରକ୍ଷିତ ରହିବ । ତେଣୁ ସମସ୍ତେ ସଡ଼କ ସୁରକ୍ଷାକୁ ଗୁରୁତ୍ବ ଦେବା ଉଚିତ । ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ, ସୁପରଭାଇଜର ନିହାର ପାତ୍ର, ରାଇରଙ୍ଗପୁର ତହସିଲ ଅଧିନସ୍ଥ ରାଜସ୍ବ ନିରୀକ୍ଷକ ନମିତା ସେଠୀ, ସ୍ମିତା ମହାକୁଡ, ଗିରିଧାରୀ ପାତ୍ର, ବ୍ରହ୍ମା ବେହେରା, ଅନୁରାଧା ପାଲ, ତୁଷାର ମହାନ୍ତ, ହୀରାମଣି ମୁର୍ମୁ, ଗଗନ ନାଏକ, ପ୍ରଭାସିନୀ ସି, ଗୋବିନ୍ଦ ସି, ସଞ୍ଜୟ ବିନ୍ଧାଣୀ ତଥା ତହସିଲ କାର୍ଯ୍ଯାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ I ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳଙ୍କ ରାଇରଙ୍ଗପୁରରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସାର କରାଯାଇଛି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ