ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଜ୍ଞାନମେଳା ଓ ଭଲିବଲ ପ୍ରତିଯୋଗୀତା

ରାଇରଙ୍ଗପୁର-ରାଇରଙ୍ଗପୁର ସରକାରୀ ଉଚ୍ଚ ବାଳିକା (ଏସି/ଏସଟି) ବିଦ୍ୟାଳୟ ଆନୁକୁଲ୍ୟରେ ମଙ୍ଗଳବାର ବିଜ୍ଞାନମେଳା ଏବଂ ଭଲିବଲ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ, ବାଲେଶ୍ଵର ଏବଂ ଭଦ୍ରକ ଜିଲ୍ଲାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଜ୍ଞାନ ମେଳାରେ ୨୪ ଟି ପ୍ରକଳ୍ପ କୁନି ବୈଜ୍ଞାନିକ ମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ଶ୍ରେଷ୍ଠ ୬ ଟି ପ୍ରକଳ୍ପକୁ ବଛାଇଥିଲା ସେ ଗୁଡିକ ହେଲା ୧-ବୈଷ୍ନବବନ୍ଧ ସ୍କୁଲ ବାଲେଶ୍ଵର,୨-ଦୋହପାଣିଆ, ତିହିଡି, ଭଦ୍ରକ ୩- ରାଇରଙ୍ଗପୁର ୪-ଦୁମାଡିହି,୫- ରାଣୀଭୋଳ ଏବଂ ୬-ବଡନୂଆ ଗାଁ (ସମସ୍ତ-ମୟୂରଭଂଜ) ସ୍କୁଲ ରାଜ୍ୟ ସ୍ତରୀୟ ବିଜ୍ଞାନମେଳା ପାଇଁ ଯୋଗ୍ୟବିବେଚିତ ହୋଇଛନ୍ତି । ତା ସହିତ ଭଲିବଲ ପ୍ରତିଯୋଗୀତା ରେ ବିନିକା ବିଭାଗରେ ରାଇରଙ୍ଗପୁର ଚମ୍ପିୟାନ ହୋଇଥିବାବେଳେ ବାରିପଦା ରନର୍ସ ଅପ୍ ହୋଇଥିଲା । ବାଳକ ବିଭାଗରେ ବାଲେଶ୍ଵର ଚମ୍ପିୟାନ ହୋଇଥିବାବେଳେ ରାଇରଙ୍ଗପୁର ସ୍କୁଲ ରନର୍ସ ଅପ୍ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଉଦଘାଟନ ଉତ୍ସବରେ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ଏବଂ ରାଇରଙ୍ଗପୁର ପିଏ ଆଇଟିଡିଏ ଅନନ୍ତ ନାରାୟଣ ସିଂ ଲାଗୁରୀ ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ମୁଖ୍ୟ ବକ୍ତା ଭାବେ ଚନ୍ଦ୍ରଭାନୂ ଦାସ ଶିକ୍ଷା ମଣ୍ଡଳାଧୀଶ, ମୟୂରଭଞ୍ଜ, ସମ୍ମାନିତ ଅତିଥି ଅଭୟ ସ୍ବାଇଁ , ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ, ଆବାହିକା ରାଇରଙ୍ଗପୁର ଏସି ଏସଟି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେବା ଦାସ ପ୍ରମୁଖ ଯୋଗଦେଇ ଦେଇଥିଲେ। ସମାଜରେ ବିଜ୍ଞାନର ଅବଦାନ ଅତୁଳନୀୟ ଏବଂ ଅବର୍ଣ୍ଣନୀୟ ବୋଲି ମୁଖ୍ୟ ଅତିଥି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ