ରାକ୍ଟର ଅଟୋ ମୁହାଁମୁହିଁ ଧକ୍କା ଅଟୋ ଚାଳକ ମୃତ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଟିକାବାଲି ବ୍ଲକ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଧିନସ୍ତ ପାବୁରିଆ ନିକଟ ସାପାଗାଣ୍ଡା ଘାଟିରେ ସନ୍ଧ୍ୟାରେ ଏକ ଟ୍ରାକ୍ଟର ସଙ୍ଗ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଚାଳକଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି | ମୃତକ ଅନାମ ସାହୁ (୪୦) ସାରଙ୍ଗଡ଼ ହାଟବେପାର ସାରି ନିଜର ଅଟୋ ନଂ. ଓଡି-୧୨ବି-୩୮୦୦ ନେଇ ନିଜ ଘର ପାବୁରିଆକୁ ଫେରୁଥିଲେ, ଅପରପାର୍ଶ୍ୱରୁ ଅର୍ଥାତ ପାବୁରିଆ ପଟୁ ରମେଶ ବେହେରାଙ୍କ ନିଜ ଘର ଗୁଟିଙ୍ଗିଆ ଯାଉଥିବା ଟ୍ରାକ୍ଟର ନଂ ଓଡି-୧୨ଏ-୧୨୫୦ ସାଙ୍ଗରେ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋ ଚାଳକ ଅନାମ ସାହୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା | ସାରଙ୍ଗଡ଼ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ୨୭୯/୩୦୪ ଏଆଇପିସି ଆଇନ ଅନୁଯାୟୀ ଏକ କେସ ନଂ.୧୦/୨୨ ୠଜୁକରି ଶବକୁ ବ୍ୟବଛେଦ କରି ପରିବାରକୁ ହସ୍ତାନ୍ତର କରିଥିବା ସାରଙ୍ଗଡ଼ ଥାନା ଏଏସଆଇ ଚତୁର୍ଭୁଜ ମଲିକ ସୂଚନା ପ୍ରଦାନ କରିଛନ୍ତି |