ରାଜଧାନୀରୁ ନରକଙ୍କାଳ ଠାବ, ପୋଲିସର ତଦନ୍ତ
ଭୁବନେଶ୍ୱର : ରାଜଧାନୀ ଭୂବନେଶ୍ୱର ଆଇଆରସି ଭିଲେଜ ହାଇସ୍କୁଲ ପଛପଟୁ ନର କଙ୍କାଳ ଠାବ କରାଯାଇଛି । ମିଳିଥିବା ଖବର ଅନୁଯାୟୀ କିଛି ବ୍ୟକ୍ତି ଏହି କଙ୍କାଳ ଦେଖିଥିଲେ । ଏହା ପରେ ଦେଖିବା ନିମନ୍ତେ ଲୋକଙ୍କ ମଧ୍ୟରେ ଗହଳି ଲାଗିରହିଥିଲା ।ଏହା ପରେ ପୋଲିସ ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନରକଙ୍କାଳଙ୍କୁ ଜବତ କରିବା ସହ ତଦନ୍ତ ଜାରୀ ରଖିଛି ।