ରାଜଧାନୀରେ ନବ ଦମ୍ପତିଙ୍କ ଆତ୍ମହତ୍ୟା !

ଭୁବନେଶ୍ୱର: ଲିଙ୍ଗରାଜ ଥାନା କେଉଟ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ନବ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ସ୍ୱାମୀର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ବେଡ ତଳେ ମରି ପଡ଼ିଥିବା ସ୍ତ୍ରୀର ମୃତଦେହକୁ ମଧ୍ୟ ପୁଲିସ ଉଦ୍ଧାର କରିଛି । ଗତ ୩ ମାସ ତଳେ ଉଭୟଙ୍କ ବିବାହ ହୋଇଥିଲା । ସ୍ୱାମୀ ଜଣକ ଜଣେ ଖବରକାଗଜ ହକର ଥିଲେ । ତେବେ କେଉଁ ପରିସ୍ଥିତିରେ କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଦୁହିଁଙ୍କ ମୃତଦେହ ଉଦ୍ଧାର କରି ଛାନଭିନ କରୁଛି ଲିଙ୍ଗରାଜ ପୁଲିସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ