ରାଜଧାନୀର ଜଳବନ୍ଦୀ ଅଂଚଳ ବୁଲିଲେ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଲଗାଣ ବର୍ଷା ଯୋଗୁଁ ଭୁବନେଶ୍ୱରର ଜଳବନ୍ଦୀ ଅଂଚଳ ପରିଦର୍ଶନ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଏଥିସହ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ ବର୍ଷିଛନ୍ତି ।ସେ ଅଭିଯୋଗ କରିଛନ୍ତି ଯେ ୨୧ ବର୍ଷର ଶାସନ ପରେ ରାଜଧାନୀର ସମସ୍ୟା ସମାଧାନ ହେଉନି । ଏନେଇ କଂପ୍ରେହେନସିଭ୍ ମାଷ୍ଟର ପ୍ଲାନ ପାଇଁ ସଂସଦୀୟ ଷ୍ଟାଣ୍ଡିଂ କମିଟି ହୋଇଥିଲା । ଏମିତିକି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଗତବର୍ଷ ସେ ଚିଠି ମଧ୍ୟ ଲେଖିଥିଲେ । ସମସ୍ୟାର ସମାଧାନ ନେହେବାରୁ ଏବେ ରାଜଧାନୀବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ଅପରାଜିତା ଅଭିଯୋଗ କରିଛନ୍ତି । ଭୁବନେଶ୍ୱରର ସ୍ଥିତି ସଙ୍ଗୀନ ରହିଛି । ଲୋକମାନଙ୍କ ପାଖରେ ଶାସନ ଓ ପ୍ରଶାସନ ପହଂଚିବାର ଆବଶ୍ୟକତା ରହିଛି । ଏହାସହ ଡ୍ରେନେଜ୍ ର ସ୍ଥାୟୀ ସମାଧାନ ଦରକାର । ପାଣି ନିଷ୍କାସନ ପାଇଁ ୧୧୦ କୋଟି ଟଙ୍କା ଦିଆଯାଇଥିଲା । କିନ୍ତୁ ସେହି ଟଙ୍କା କୁଆଡ଼େ ଗଲା ଓ କେଉଁଠାରେ ବିନିଯୋଗ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ପାଲଟା ଅଭିଯୋଗ କରିଛନ୍ତି ଯେ ଜଳବନ୍ଦୀ ସ୍ଥିତି ପାଇଁ ଜାତୀୟ ରାଜପଥ ପ୍ରାଧିକରଣର ଅବହେଳା ଦାୟୀ । ସାଂସଦ ଅପରାଜିତା ଷଡଙ୍ଗୀ ସରକାରଙ୍କୁ ସମାଲୋଚନା କରିବା ବଦଳରେ ଜାତୀୟ ରାଜପଥ ପ୍ରାଧିକରଣ ସହିତ ଆଲୋଚନା କରନ୍ତୁ ବୋଲି ସେ କହିଛନ୍ତି । ଭୁବନେଶ୍ୱର ସାଂସଦ ଅପରାଜିତ ଷଢଙ୍ଗୀ କମିଶନର ଥିବା ସମୟରେ ଜଳବନ୍ଦୀ ସମସ୍ୟାକୁ ଭଲଭାବରେ ଜାଣିଛନ୍ତି । କେବଳ ଟ୍ୱିଟ କରିନଦେଇ ଜନପ୍ରତିନିଧି ଭାବେ ଏନଏଚଏଆଇ ସହ ଆଲୋଚନା କରି ସମସ୍ୟାର ସମାଧାନ କରନ୍ତୁ । ଖାଲି ଟ୍ୱିଟ କଲେ କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ । ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଗ ଏନଏଚଆଇ ପାଖରେ ପହଂଚି ଭୁବନେଶ୍ୱରରେ ଜାତୀୟ ରାଜପଥ କଡ଼ରେ ଡ୍ରେନ୍ କରିବାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି ।.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ