ରାଜନୀତି ର ଉର୍ଦ୍ଧ୍ବରେ ଆଗେଇ ଆସିଲେ ଯୁବକ

ଭବାନୀପାଟଣା: କରୋନା ମୁକାବିଲା ପାଇଁ ରାଜନୀତି ର ଉର୍ଦ୍ଧ୍ବରେ କିଛି ଜଣ ଯୁବକ ଆଗେଇ ଆସି ଆଜି ଭବାନୀପାଟଣା ସହର ସ୍ଥିତ ୨ ନଂ ଓ୍ବାର୍ଡ ର ମାଣିକେଶ୍ବରୀ ବିହାର ବସ୍ତିବାସିନ୍ଦା ଙ୍କୁ ସୁଖିଲା ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । କରୋନା ମହାମାରୀ ଯୋଗୁଁ ହୋଇଥିବା ଲକ୍ ଡାଉନ୍ ଯୋଗୁଁ ଅନେକ ଗରୀବ ପରିବାର ଦି’ଓଳି ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ମ୍ୟୁନିସିପାଲିଟି ପ୍ରଶାସନ ସେମାନଙ୍କୁ ସ୍ବଳ୍ପ ପରିମାଣ ରେ ଚାଉଳ ଓ ଡାଲି ଯୋଗାଉଥିବା ବେଳେ କିଛି ଯୁବନେତା ମାଣିକେଶ୍ବରୀ ବିହାର ବସ୍ତିରେ ରହୁଥିବା ଲୋକମାନଙ୍କୁ ଅଟା, ଲୁଣ, ଡାଲି, ବିସ୍କେଟ, ସାବୁନ ଭଳି ସୁଖିଲା ରାସନ ଓ ଅତି ଆବଶ୍ୟକ ସାମଗ୍ରୀ ଯୋଗାଇଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କୁ ସାମାଜିକ ଦୂରତ୍ୱ ରଖିବା ଓ ବ୍ୟକ୍ତିଗତ ସ୍ବଚ୍ଛତା ରଖି ସାବୁନରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇବା ପାଇଁ ସଚେତନ କରାଇଥିଲେ । ଏପରି ଏକ ଘଡିସନ୍ଧି ମୂହୁର୍ତ୍ତରେ ଯୁବକ ମାନେ ମାନବିକତା କୁ ପାଥେୟ କରି ଲୋକଙ୍କୁ ସାହାଯ୍ୟ ଓ ସହଯୋଗ ର ହାତ ବଢାଉଥିବାରୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି । ଏହି ମାନବଧର୍ମୀ କାର୍ଯ୍ୟକ୍ରମ ରେ ଯୁବ ସମାଜସେବୀ ଅବିନାଶ ଠାକୁର, ମଣ୍ଟୁ ନାଏକ, ମନିନ୍ଦ୍ର ମହାନ୍ତି, ଅଭିଜିତ ମିଶ୍ର, ବିରଞ୍ଚି ମହାପାତ୍ର, ନବୀନ ଆଚାର୍ଯ୍ୟ, ପ୍ରଦୀପ ଦାସ, ସରିତ ପଣ୍ଡା, ରୋମାଞ୍ଚଳ ମେହେର, ଗଗେ ଜାଲ ପ୍ରମୁଖ ସାମିଲ ହୋଇଥିବା ବେଳେ ଯୁବ ଉଦ୍ୟୋଗୀ ଅଜୟ ପଣ୍ଡା ଓ ଇଂ ଭୁବନେଶ୍ୱର ଶବର ସହଯୋଗ ର ହାତ ବଢାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ