ରାଜବୀରଙ୍କ ଚିକିତ୍ସା ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି ମହେଶ୍ୱର

ବନ୍ତ, (ଚାନ୍ଦିନୀ ମହାନ୍ତି) :-କନ୍ଧମାଳର କୁନି ପିଲା ରାଜବୀର ରଣା ଗୁରୁତର ରୋଗରେ ପିଡିତ ଥିବା ବେଳେ ତାଙ୍କର ଚିକିତ୍ସା ପାଇଁ କୋଟି କୋଟି ଟଙ୍କାର ଆବଶ୍ୟକତା ପଡିଛି । ଏନେଇ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ବଦାନ୍ୟ ବ୍ୟକ୍ତି ସହାୟତାର ହାତ ବଢାଇଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ କୁମ୍ଭାରିଆ ଗ୍ରାମର ମହେଶ୍ୱର ପଣ୍ଡା ନିଳୋକ ବଜାରରେ କରିଥିବା ପାନ ଦୋକାନରେ ରାଜବୀରଙ୍କ ପାଇଁ ପାଣ୍ଠି ସଂଗ୍ରହ କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି । ନିଜ ଦୋକାନରେ ରାଜବୀରଙ୍କୁ ସହାୟତା କରିବା ପାଇଁ ଏକ ବ୍ୟାନର ଲଗାଇବା ସହ ପାଣ୍ଠି ସଂଗ୍ରହ ପାଇଁ ଏକ ଡବାର ବ୍ୟବସ୍ଥା କରିଛନ୍ତି । ରାଜବୀରଙ୍କୁ ସହାୟତା କରିବା ପାଇଁ ଦୋକାନକୁ ଆସୁଥିବା ଗ୍ରାହକ ମାନଙ୍କୁ ମୁକ୍ତ ହସ୍ତରେ ଦାନ କରିବାକୁ ନିବେଦନ କରୁଛନ୍ତି । ମହେଶ୍ୱରଙ୍କର ଏହି ସେବା ମନୋବୃତ୍ତିକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ