ରାଜଶ୍ରୀର ସାହିତ୍ୟ ପତ୍ରିକା ଉନ୍ମୋଚନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ରାଜ୍ୟର ଅଗ୍ରଣୀ ସାହିତ୍ୟ ପ୍ରତିଷ୍ଠାନ କୋରୋସ୍ଥିତ ରାଜଶ୍ରୀ କଳା ଓ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଇଂରାଜୀ ନୂଆ ବର୍ଷ ଉପଲକ୍ଷେ ଆବାସୀ ମାସିକ ଇ-ସାହିତ୍ୟ ପତ୍ରିକା ଉନ୍ମୋଚନ, ସମ୍ବର୍ଦ୍ଧନା ପର୍ବ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି କାଶୀନାଥ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓଡିଶା ଖଣୀ ନିଗମର ବରିଷ୍ଠ ଅଧିକାରୀ ଇଂ ଭରତ ଚରଣ ବେହେରା ମୁଖ୍ୟ ଅତିଥି. କବି ସଞ୍ଜୟ କୁମାର ରଥ ମୁଖ୍ୟବକ୍ତା, କବି ଡଃ. ଶ୍ରୀଧର ସାମଲ, ଭକ୍ତ ଚରଣ ସାହୁ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ସମ୍ପାଦକ ହେମନ୍ତ ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ପ୍ରମୋଦ କୁମାର ତ୍ରିପାଠୀ ବେଦ ପାଠ କରିଥିବା ବେଳେ କବି ମଞ୍ଜୁଶ୍ରୀ ବରାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ସଂସଦର ମାସିକ ଇ-ସାହିତ୍ୟ ପତ୍ରିକା ‘ରାଜଶ୍ରୀ’କୁ ଉନ୍ମୋଚନ କରିବା ସହ କଳା ଓ ସାହିତ୍ୟ କ୍ଷେତ୍ରରେ କୃତୀତ୍ୱ ଅର୍ଜ୍ଜନ କରିଥିବା କବି ସଞ୍ଜୟ ରଥ, ପ୍ରାବନ୍ଧିକ ପ୍ରମୋଦ କୁମାର ସିଂ, ଭାଷ୍ୟକାର ଅନାଦି ଚରଣ ମାହାଳି, କବି ନଗେନ୍ଦ୍ର ରାଉତ, ରଞ୍ଜିତା ପତି, ଗୋଦାବରୀଶ ଦାସ, ଅଭିରାମ ମଣ୍ଡଳ, ପ୍ରେମଲତା ଗିରି, ଗୀତାଞ୍ଜଳି ସାହୁ, ଶଙ୍କର୍ଷଣ ଦାଶ, ସୁପ୍ରିୟା ସାହୁ ପ୍ରମୁଖଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । କବୟତ୍ରୀ ବାଣୀଶ୍ରୀ ସସ୍ମିତା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବରେ ସଦାଶିବ ଶ୍ରୀଚନ୍ଦନ, ବ୍ରଜସୁନ୍ଦର ସାହୁ, ଲକ୍ଷ୍ମଣ ନାୟକ, ରଞ୍ଜନ ମହାନ୍ତି, ସୁଜିତ ପଣ୍ଡା, ମୋନାଲିସା ସିଂହ, ମନୋଜ ଦାସ, ପ୍ରିୟବ୍ରତ ଦାଶ, ଜଗବନ୍ଧୁ ସିଂହ, ମହେଶ୍ୱର ସେଠୀ, ସୁସ୍ମିତା ପଣ୍ଡା, ନିରୂପମା ପାଣି, ବନଲକ୍ଷ୍ମୀ ମହାନ୍ତି ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ସହ ସମ୍ପାଦିକା ସୁପ୍ରିୟା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ