ରାଜସୁନାଖଳାରେ ମହତ୍ସୋବ

ରାଜସୁନାଖେଳ , (ଯୁଗାବ୍ଦ ନ୍ୟୁଜ) : ନୟାଗଡଜିଲ୍ଲା ସ୍ଥିତ ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାରେ ପ୍ରଥମ ଥର ପାଇଁ ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହି ଅବସରରେ ଯାତ୍ରାର ପ୍ରଥମ ଦିନ ଅର୍ଥାତ ଗତକାଲି ମା କାଉରୀଙ୍କ ଠାରୁ ମସାଲର ଶୋଭାଯାତ୍ରା ଆରମ୍ଭ ହୋଇ ବିଭିନ୍ନ ମନ୍ଦିର ଏବଂ ନିକଟସ୍ଥ ବିଭିନ୍ନ ଗ୍ରାମ ଯାତ୍ରା କରି ଶେଷରେ ସିଟି ସ୍କୁଲ ସାମ୍ନାରେ ପଦଯାତ୍ରା କୁ ସମାପ୍ତ କରାଯାଇଥିଲା। ଏହା ପରେ ଦିନ ୩ ଘଟିକା ସମୟରେ ପ୍ରଥମେ କୁଇଜି ପ୍ରତିଯୋଗୀତା ଓ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବଲ୍ଲଭ ପ୍ରଧାନ ଆଞ୍ଚଳିକ ସଂସ୍କୃତିକ କାଯ୍ୟକ୍ରମ ସଂପାଦକୀୟ ଚିତ୍ତରଞ୍ଜନ ପ୍ରଧାନ ବିବରଣୀ ପଠନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିସଦ ଗିରିଯା କାନ୍ତ ମହାପାତ୍ର ଏବଂ ଖୋର୍ଦ୍ଧା ଜିଲ୍ଲାର ସଂପାଦକ ପ୍ରସନ ସାଇଁ ଯୋଗଦେଇଲେ । ବିଭିନ୍ନ ସଂଙ୍ଗୀତ,ଓଡିଶୀ ନୃତ୍ୟ ଗୋଟିପୁଅ ନୃତ୍ୟ , ନୃତ୍ୟରେ ଝୁମି ରହିଥିଲେ ଦର୍ଶକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ