ରାଜସ୍ୱ ନିରୀକ୍ଷକ ବଦଳି ନ କରିବାକୁ ଦାବି ପତ୍ର
ଶେରଗଡ଼, (ବିଭୁ ପ୍ରସାଦ ଦାଶ): ଶେରଗଡ଼ ତହସିଲ ଅଧିନସ୍ଥ ନରେନ୍ଦ୍ରପୁର ରାଜସ୍ୱ ନିରୀକ୍ଷକ ବାବୁଲା ଦଳାଇଙ୍କୁ ଅନ୍ୟତ୍ର ବଦଳି ନ କରିବା ଦାବିରେ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ପାଞ୍ଚ ଖଣ୍ଡ ଗ୍ରାମର ଚାଷୀ ଏକ ଦାବି ପତ୍ର ତହସିଲଦାର ଡଃ ଦୟାସିନ୍ଧୁ ପରିଡାଙ୍କୁ ପ୍ରଦାନ କରିଛନ୍ତି। ରାଜସ୍ୱ ନିରୀକ୍ଷକ ଶ୍ରୀ ଦଳାଇ କୋଭିଡ ଚାଲିଥିବା ସମୟରେ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା କେଉଁ କାମ କିପରି ହେବ ତାହା ସୂଚାର ରୂପରରେ ଚାଷୀମାନଙ୍କୁ ପରାମର୍ଶ ଦେଉଛନ୍ତି। ବିଦ୍ୟାର୍ଥୀଙ୍କ ଜାତିଗତ, ବାସସ୍ଥଳୀ ଓ ଆୟ ସମ୍ବନ୍ଧୀୟ ପ୍ରମାଣ ପତ୍ର ସଙ୍ଗେ ସଙ୍ଗେ କରିବା ସହ କାର୍ଯ୍ୟ ରେ ଅତି ଉତ୍ତମ ଭାବେ କରିବା ଓ ତାଙ୍କର କାର୍ଯ୍ୟ ଶୈଳୀ,ଆଚାର, ବ୍ୟବହାର ଅତ୍ୟନ୍ତ ଉଚ୍ଚ କୋଟିର କୌଣସି କାର୍ଯ୍ୟ ରେ ମତ ଭେଦ ନ ରଖି ସମସ୍ତଙ୍କୁ ସମାନ ଦୃଷ୍ଟି ରେ ରଖି କାର୍ଯ୍ୟ କରି ଆସୁଛନ୍ତି ବୋଲି ଗ୍ରାମ ବାସୀ କହିଛନ୍ତି।


