ରାଜ୍ୟରୁ ଧରା ହେବେ ଜାଲ୍ ଡାକ୍ତର
ଭୁବନେଶ୍ୱର : ଖୁବ୍ ଶିଘ୍ର ଧରା ହେବେ ଜାଲ୍ ଡାକ୍ତର । ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏ ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ସୁନ୍ଦରଗଡ଼ରେ ଜାଲ୍ ଡାକ୍ତର ଧରା ପଡ଼ିବା ପରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଏପରି କାରବାର ଚାଲିଥିବା ଅଭିଯୋଗ ଉଠିଥିଲା । କିଛି ବ୍ୟକ୍ତି ଡାକ୍ତରୀ ପାଠ ନ ପଢ଼ି ଲୋକଙ୍କୁ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା । ତେବେ ସେହି ଜାଲ୍ ଡାକ୍ତରମାନଙ୍କୁ ଧରିବା ପାଇଁ ଏବେ ଏକ ଟିମ୍ ଗଠନ କରାଯିବ । ଉକ୍ତ ଟିମ୍ ଜାଲ୍ ଡାକ୍ତରଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।


