ଅଙ୍ଗନବାଡ଼ିରେ ଆରବିଏସକେ ଟିମ୍
କୋଦଳା: (ଯୁଗାବ୍ଦ ନ୍ୟୁଜ )ଶନିବାର ଦିନ କୋଦଳା ଏନ.ଏ.ସି ବାଇଗଣିଆ ସାହି ଅଙ୍ଗନବାଡିରେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆରବିଏସକେ ଟିମର ଡ଼ଃ ଜୟଦେବ ନାୟକ ଓ ଡ଼ଃ ମୈତ୍ରୀ ସଂଘମିତ୍ରା ଜନ୍ମରୁ ୬ ବର୍ଷର ୫୧ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ଜନ୍ମରୁ ୧୮ ବର୍ଷ ପିଲାଙ୍କ ଜନ୍ମଗତ ତ୍ରୁଟି,ଅଭାବ ଜନିତ ଅବସ୍ଥା, ଜନ୍ମଗତ ରୋଗ,ବୟସଗତ ତ୍ରୁଟି ଆଦିର ଚିହ୍ନଟ ଓ ତାହାର ଚିକିତ୍ସା ମାଗଣାରେ ହୁଏ ବୋଲି ଡାକ୍ତର ନାୟକ କହିଛନ୍ତି। ଏଥିରେ ଅଙ୍ଗନବାଡି କର୍ମୀ ଶ୍ରୀମତୀ ରିତାରାଣୀ ମିଶ୍ର ଓ ସହାୟିକା ଲକ୍ଷ୍ମୀ ଜେନା ସହଯୋଗ କରିଥିଲେ ।


