ରାଜ୍ୟରେ ଆଜି ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରୁ ୧୩

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରେଣ୍ଟିନରେ ୨୬୭ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ୧୮୫ ରହିଛି। ଖୋର୍ଦ୍ଧା ଜିଲ୍ଲାକୁ ମିଶାଇ ୩ ଜିଲ୍ଲାରେ ୭୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୪୨,୨୨୪ରେ ପହଞ୍ଚିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୨, ବାଲେଶ୍ୱରରୁ ୫, ବରଗଡ଼ରୁ ୧୯, ଭଦ୍ରକରୁ ୪, ବଲାଙ୍ଗିରରୁ ୧୫, କଟକରୁ ୨୬, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୪, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧୭, କଳାହାଣ୍ଡିରୁ ୨୯, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୭୭, କୋରାପୁଟରୁ ୨, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୦, ନବରଙ୍ଗପୁରରୁ ୮, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୭୧ , ପୁରୀରୁ ୧୧, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦, ସୁନ୍ଦରଗଡ଼ରୁ ୭୫ ଓ ଷ୍ଟେଟ୍‌ ପୁଲ୍‌ରୁ ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ