ରାଜ୍ୟସଭା ଅଧିବେଶନରେ ଯୋଗଦେବେ ଚିଦମ୍ବରମ୍ : ସୂଚନା ଦେଲେ ପତ୍ନୀ ନଳିନୀ

ନୂଆଦିଲ୍ଲୀ:ଆଇଏନ୍ଏକ୍ସ ମିଡିଆ ଦୁର୍ନୀତି ଓ ମନି ଲଣ୍ଡିରିଂ ମାମଲାରେ ଅଭିଯୁକ୍ତ ଥାଇ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଥିବା ରାଜ୍ୟସଭା ସାଂସଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମ୍ କୋର୍ଟଙ୍କ ଜାମିନ ଆଦେଶ ମିଳିବା ପରେ ବୁଧବାର ବିଳମ୍ବିତ ସନ୍ଧ୍ୟାରେ ତିହାର ଜେଲର ବନ୍ଦୀ ଜୀବନରୁ ମୁକ୍ତି ମିଳିଛି ଚିଦମ୍ବରମଙ୍କୁ । ୭୪ ବର୍ଷ ଚିଦମ୍ବରମଙ୍କୁ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍ କୋର୍ଟରୁ ଜାମିନ ମିଳିବା ପରେ ନିଜର ଅଶେଷ ଖୁସି ଜାହିର କରିଛନ୍ତି ପତ୍ନୀ ନଳିନୀ । ଏବଂ ଶେଷରେ ଧର୍ମର ହିଁ ବିଜୟ ଘଟିଲା ବୋଲି କହିଛନ୍ତି । ଏଥିସହ ଜେଲରୁ ମୁକୁଳିବା ପରେ ଚିଦମ୍ବରମ୍ ଖୁବ୍ ଶୀଘ୍ର ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ବର୍ତ୍ତମାନ ଚାଲିଥିବା ରାଜ୍ୟସଭାର ଶୀତକାଳୀନ ଅଧିବେଶନରେ ଯୋଗ ଦେବେ ବୋଲି କହିଛନ୍ତି ତାଙ୍କ ପତ୍ନୀ ନଳିନୀ । ଉଲ୍ଲେଖଯୋଗ୍ୟ ଶ୍ରୀ ଚିଦମ୍ବରମ୍ ଏବେ ରାଜ୍ୟସଭାର ସଦସ୍ୟ ଥିବାବେଳେ ସଂପ୍ରତି ବଳବତ୍ତର ଥିବା ରାଜ୍ୟସଭାର ଶୀତକାଳୀନ ଅଧିବେଶନ ଆସନ୍ତା ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ