ରାଜ୍ୟସ୍ତରୀୟ ଦ୍ରେଣାଚାର୍ଯ୍ୟ ସମ୍ମାନ ଉତ୍ସବ

ଭୁବନେଶ୍ୱର-: ରାଜଧାନୀ ନାଗେଶ୍ୱରଟାଙ୍ଗୀସ୍ଥିତ ପେସ୍ ଏକାଡେମୀ ପରିସରରେ ଓଡ଼ିଶା ମୁରବୀ ମହାମଞ୍ଚ, ରୋଟାରୀ କ୍ଲବ ଅଫ୍ କ୍ୟାପିଟାଲ ଇଣ୍ଟରଆକ୍ଟ କ୍ଲବ ଅଫ୍ ପେସ୍ ଏକାଡେମୀ, ଉକ୍ରଳ ବିକାଶ ଏଜୁକେଶନାଲ ଟ୍ରଷ୍ଟ ମିଳିତ ଅନୁକୂଲ୍ୟରେ ରାଜ୍ୟସ୍ତରୀୟ ଦ୍ରୋଣାଚାର୍ଯ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା । ପେସ୍ ଏକାଡେମୀର ମୁଖ୍ୟ ପ୍ରସନ୍ନ ଚୌଧୁରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ଦେବାଶିଷ ମିଶ୍ର, ରୋଟାରୀ କ୍ଲବ ସଭାପତି ନିଖିଳେଶ୍ୱର ସାହୁ, ପିପି ଡ଼ ସୁଦର୍ଶନ ପଣ୍ଡା, ସମ୍ପାଦକ ବିମ୍ବାଧର ବେହେରା, ଜିଲ୍ଲା ଟ୍ରେନର ଜୟଶ୍ରୀ ମହାନ୍ତି, ମୁରବୀ ମହାମଞ୍ଚ ଆବାହକ ଲିଙ୍ଗରାଜ ସାହୁ, ଆଲୋକ ଲେଙ୍କା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ଗଦାଧର ଦାସ, ସିମିତା ମିଶ୍ର, ସ୍ୱପ୍ନାଦୀପା ଦାଶ, ବରିଷ୍ଠ ଶିକ୍ଷାବିତ ଜାଭିୟର ସ୍କୁଲ୍ର ନିର୍ଦ୍ଦେଶକ ଅଜିତ କୁମାର ଦାଶ, ସମାଜସେବୀ ରିତୁରାଣୀ ସାସମଲ, ବସନ୍ତ ଲେଙ୍କା, ଜୁନିୟର ମିସ୍ ଇଣ୍ଡିଆ ସ୍ନେହାଶ୍ରୀ ସାହୁ, ସରିତା ବାରିକ, କ୍ଷେତ୍ରବାସୀ ରାଉତରାୟ, ଦୀପକ ନରେନ୍ଦ୍ର, କମଳ ଦାସ, ଗିରିଜା ଶଙ୍କର ମିଶ୍ର, ରତିକାନ୍ତ ଦାସ, ସିମାଞ୍ଚଳ ସ୍ୱାଇଁ, ପ୍ରଶାନ୍ତ ମିଶ୍ର, ଧୀରେନ୍ଦ୍ର ବେହେରାଙ୍କୁ ଦ୍ରୋଣା·ର୍ଯ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ