ରାଜ୍ୟସ୍ତରୀୟ ନବମାତୃକା ପୂଜା-୨୦୧୯ ଅନୁଷ୍ଠିତ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ପବିତ୍ର ନବରାତ୍ର ପ୍ରତିପଦ ତିଥିରେ ଭୁବନେଶ୍ୱରର ଶହୀଦ ନଗରସ୍ଥିତ ‘ଆର୍ଯ୍ୟ ସମାଜ’ ପରିସରରେ ‘ନବମାତୃକା ପୂଜା ଅଭ୍ୟର୍ଥନା କମିଟି’, ‘ଯୁଗଶ୍ରୀ ଯୁଗନାରୀ’ ମାସିକ ମହିଳା ପତ୍ରିକା ଓ ‘ବାଲେଶ୍ୱର କଳାକେନ୍ଦ୍ର’ର ମିଳିତ ଉଦ୍ୟମ ତଥା ଆର୍ଯ୍ୟ ସମାଜର ସହଯୋଗରେ ଓ ଏହାର ପ୍ରତିଷ୍ଠା ଏବଂ ସଭାପତି ଇଂ ପ୍ରିୟବ୍ରତ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯୁଗେ ଯୁଗେ ଭାରତବର୍ଷର ମାତୃଜାତିଙ୍କୁ ଉଚ୍ଚସ୍ଥାନ ଦିଆଯାଇଛି । ମା’ଙ୍କ ବିନା ଏ ମାନବ ସମାଜର ଅସ୍ତିତ୍ୱ ନାହିଁ । କାରଣ ମା’ଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେବେ ଆଜିର ସମାଜରେ ସେହି ଦେବୀତୁଲ୍ୟ ମା’ମାନେ ଅବହେଳିତ ହେଉଥିବାର ଦେଖାଯାଉଛି । ମା’ମାନଙ୍କ ପ୍ରତି ଆମ୍ଭମାନଙ୍କ କର୍ତ୍ତବ୍ୟକୁ ସଚେତନ କରିବା ସହ ସେମାନଙ୍କୁ ସମ୍ମାନ ଜଣାଇବା ଆମର ଧର୍ମ । ଏଥିପାଇଁ ଆରମ୍ଭ ହୋଇଛି ‘ନବମାତୃକା ପୂଜା’ । କଳା ସଂସ୍କୃତି ଓ ପରମ୍ପରାର ଉଦ୍ଧ୍ୱର୍ରେ ରହି ମାତୃଜାତିକୁ ସମ୍ମାନ ଜଣାଇ ୯ଜଣ ମାତୃମଣ୍ଡଳୀ ସମାଜସେବୀ ମା’ ଶ୍ରୀମତୀ ବାସନ୍ତୀ ପାଣି, ଶିକ୍ଷାବିତ୍ ମା’ ଶ୍ରୀମତୀ କ୍ଷୀରୋଦ୍ରା ପରିଜା, ଚିକିତ୍ସିକା ମା’ ଡାକ୍ତର ନାରାୟଣୀ ପଣ୍ଡା, କଳାକାର ମା’ ଶ୍ରୀମତୀ ଝରଣା ଦାସ, ସୁଗୃହିଣୀ ମା’ ଶ୍ରୀମତୀ କୁନ୍ତଳ କୁମାରୀ ସାମନ୍ତରାୟ, କୃଷି ମା’ ଶ୍ରୀମତୀ ଶାନ୍ତିଲତା ରାଉଳ, ଶିଳ୍ପୀ ମା’ ଶ୍ରୀମତୀ କନକଲତା ମହାନ୍ତି ଓ ସାହିତ୍ୟ ସାଧିକା ମା’ ଡଃ ଇନ୍ଦିରା ପଟ୍ଟନାୟକଙ୍କୁ ଆଜି ଆର୍ଯ୍ୟସମାଜ ପରିସରରେ ଅଭିନନ୍ଦିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନବମାତୃକା ପୂଜା ଅଭ୍ୟର୍ଥନା କମିଟିର ସଭାପତି ଶ୍ରୀଯୁକ୍ତ ସାତକଡି଼ ହୋତା ଶୁଭାରମ୍ଭ କରିଥିଲା ବେଳେ କମିଟିର ଆବାହିକ ଡଃ ଶକୁନ୍ତଳା ବଳିଆରସିଂହ ସ୍ୱାଗତ ଭାଷଣ ଦେଇଥିଲେ ଓ ଯୁଗଶ୍ରୀ ଯୁଗନାରୀର ସମ୍ପାଦିକା ମମତା ମହାପାତ୍ର ଅଭିନନ୍ଦିତ ମା’ମାନଙ୍କର ସମ୍ୟକ ପରିଚୟ ପ୍ରଦାନ କରିଥିଲେ । ବେଦ ବିଦୁଷୀ ଶନ୍ନୋଦେବୀ, ଶ୍ରୀଯୁକ୍ତ ବୀରେନ୍ଦ୍ର କର, ଶ୍ରୀମତୀ ଲିତା ଦାସ ଆର୍ଯ୍ୟବର୍ତ୍ତ ଭାରତ ବର୍ଷରେ ବୈଦିକ ସଂସ୍କୃତି ସମ୍ବନ୍ଧରେ ସୂଚନା ଦେବା ସଙ୍ଗେ ସଙ୍ଗେ ଯଜ୍ଞାନୁଷ୍ଠାନ କରିଥିଲେ ଓ ଶିଳ୍ପୀ କେଶୁ ଦାସ ଏବଂ ତାଙ୍କ ଧର୍ମପତ୍ନୀ କନକଲତା ଦାସ ଯଜ୍ଞରେ କର୍ତ୍ତା ରୂପେ ଯଜ୍ଞାହୂତି ଦେଇଥିଲେ । କମିଟିର ଉପଦେଷ୍ଟା ଶ୍ରୀମତୀ ଶାଶ୍ୱତୀ ବଳ, ଡଃ ସଂଘମିତ୍ରା ମିଶ୍ର, ଡଃ ପ୍ରଭାବତୀ ପଣ୍ଡା, ସୀତା ସାହୁ, ଅଧ୍ୟାପକ ବିଶ୍ୱରଞ୍ଜନ, କର୍ଣ୍ଣେଲ ଶରତ କୁମାର ମହାପାତ୍ର, ଶ୍ରୀମତୀ ଆଶାଲତା ଦାଶ, ସୁଶ୍ରୀ ଗୀତାଞ୍ଜଳି ସିଂହ, ଶ୍ରୀମତୀ ମନୋରମା ମହାପାତ୍ର, ପ୍ରଫେସର ଶାନ୍ତନୁ ଆ•ର୍ଯ୍ୟ, ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର, ଡ. ବାଉରୀବନ୍ଧୁ କର ସାମ୍ପ୍ରତିକ ସମାଜରେ ମୃଣ୍ମୟୀ ମୂର୍ତ୍ତି ପୂଜାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଧୁମ୍ଧାମରେ ପାଳନ କରାଯାଉଥିବା ବେଳେ ସମାଜରେ ସ୍ୱକୀୟ ଗୁଣରେ କୀର୍ତ୍ତିମୟୀ ମହିୟସୀ ମହିଳାମାନଙ୍କୁ ‘ନବ ମାତୃକା ପୂଜା’ କମିଟି ପକ୍ଷରୁ ସମ୍ମାନିତ କରିବା ଏହି କମିଟିର ମୁଖ୍ୟ ଆଭିମୁଖ୍ୟ । ଏହି ପରମ୍ପରା ଯୁବଗୋଷ୍ଠୀଙ୍କ ମାନସ ପଟରେ ଏକ ସୁସ୍ଥ ପରମ୍ପରା ସୃଷ୍ଟି କରିବ ବୋଲି ବକ୍ତାମାନେ ଆଶାପ୍ରକାଶ କରିଥିଲେ ।
ଉକ୍ତ ନବମାତୃକା ପୂଜା ଉତ୍ସବକୁ ପରି•ଳନା କରିବାରେ ଶ୍ରୀମତୀ ଇନ୍ଦିରା ଦାଶ, ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ, ଡଃ ମୀନାକ୍ଷି ପଣ୍ଡା, ଡ଼. ଗାୟତ୍ରୀ କର, ବିଜୟିନୀ ସିଂଦେଓ, ଶୈଳରାଣୀ ମିଶ୍ର, ସଂଯୁକ୍ତା ରାଉତ, ସବିତା ବେହେରା, ମୀରା ବେଉରା, ମିନତୀ ଦାସ (ମାନି), ରୁମ୍ଝୁମ୍ ନାୟକ, ଶ୍ରୀମତୀ କାନନବାଳା ପଟ୍ଟନାୟକ, ଚମକ •ନ୍ଦିନୀ ଦାସ, ଡଃ ନିଳିମା ପ୍ରିୟଦର୍ଶିନୀ ଗିରିଜା ମଞ୍ଜରୀ ପାଢୀ ସହାୟତା କରିଥିଲେ । ସର୍ବଶେଷରେ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ