ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଦ୍ଵିତୀୟ ହେଲେ ସଞ୍ଚିତା

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଭୁବନେଶ୍ୱରରେ ଶୁକ୍ରବାର ଆୟୋଜିତ ରାଜ୍ୟସ୍ତରୀୟ କିଶୋର କିଶୋରୀ ପ୍ରତିଯୋଗିତାରେ ହିଞ୍ଜିଳିକାଟୁ ନୃତ୍ୟମ ଅନୁଷ୍ଠାନର ଛାତ୍ରୀ ଇ.ସଞ୍ଚିତା ପାତ୍ର ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି I ଗତ ଜାନୁଆରୀ ୩୦ ତାରିଖରେ ହିଞ୍ଜିଳିକାଟୁ ବ୍ଳକରେ କିଶୋର କିଶୋରୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବରିଷ୍ଠ ବର୍ଗ ନୃତ୍ୟରେ ଇ.ସଞ୍ଚିତା ପାତ୍ର ପ୍ରଥମ ସ୍ଥାନ ଅଧିକାର କରି ଜିଲା ସ୍ତରରୁ ଉନ୍ନୀତ ହୋଇଥିଲେ I ଭୁବନେଶ୍ୱରରେ ଆୟୋଜିତ ରାଜ୍ୟ ସ୍ତରୀୟ ସମାବେଶରେ ଗଞ୍ଜାମ ଜିଲ୍ଲା ସ୍ତରରୁ ଲୋକକଳା ତଥା କାଠପାଦ ନୃତ୍ୟ ପ୍ରଦର୍ଶନ କରି ବରିଷ୍ଠ ବର୍ଗରେ ସେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି I ନାରୀ ସୁରକ୍ଷା ତଥା ନାରୀ ସଶକ୍ତିକରଣ ଉପରେ ନୃତ୍ୟ ପ୍ରଦର୍ଶନ କରି ସେ ଏହି ସଫଳତା ହାସଲ କରିଛନ୍ତି । ସମାବେଶରେ ଅତିଥି ଭାବେ କ୍ରୀଡା ତଥା କଳାସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହି କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ