ରାଜ୍ୟସ୍ତରୀୟ ଶହୀଦ୍ ଜୟୀ ରାଜଗୁରୁ ବଳିଦାନ ଦିବସ ସମାରୋହ

ଖୋର୍ଦ୍ଧା, (ଡକ୍ଟର ଧିରେନ୍ଦ୍ର ନନ୍ଦ) : ସ୍ଥାନୀୟ ଜୟୀ ରାଜଗୁରୁ ଭବନ ସାମ୍ନାରେ ଜୟୀ ରାଜଗୁରୁ ସ୍ମୃତି ସଂସଦ ଆନୁକୂଲ୍ୟରେ ଶିକ୍ଷାବିତ୍ ଡକ୍ଟର ବୃନ୍ଦାବନ ପଣ୍ଡାଙ୍କ ସଭାପତିତ୍ୱରେ ରାଜ୍ୟସ୍ତରୀୟ ୨୧୩ତମ ଶହୀଦ ଜୟୀ ରାଜଗୁରୁ ବଳିଦାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ଏହି କାର୍ଯ୍ୟକ୍ରକୁ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ବିଶିଷ୍ଟ ସମାଜସେବୀ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଉଦଘାଟନ କରିବା ପରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ସମାରୋହ ସମିତିର ମୁଖ୍ୟ ସଂଯୋଜକ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ଓଡିଶା ରାଜ୍ୟ ସରକାରଙ୍କ ତରଫରୁ ସାରା ଦେଶରୁ ବିଭିନ୍ନ ବିଶ୍ୱ ବିଦ୍ୟାଳୟରୁ ଐତିହାସିକ ମାନଙ୍କୁ ନେଇ ହୋଇଯାଇଥିବା ୨୦୧୭ ମସିହାର ଜାତୀୟ ସ୍ତରୀୟ ସେମିନାରର ସଂକଳିତ ତଥ୍ୟ ଅନୁସାରେ ପାଇକ ବିଦ୍ରୋହ ୧୮୦୪ରୁ ଶହୀଦ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇ ୧୮୧୭ରେ ଏହା ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ବ୍ୟାପକ ରୂପ ଧାରଣ କରିଥିଲା । ତେଣୁ ପାଇକ ବିଦ୍ରୋହ ୧୮୦୪ ମସିହାରୁ ଆରମ୍ଭ ବୋଲି ସରକାରୀ ସ୍ୱୀକୃତୀ ମିଳିବା ଉଚିତ ଏବଂ ଜୟୀ ରାଜଗୁରୁ ଓ ବକ୍ସି ଜଗବନ୍ଧୁଙ୍କୁ ସମାନ ଭାବରେ ଗୁରୁତ୍ୱ ଦିଆଯିବା ଉଚିତ । ନଚେତ ଏହା ପାଇକ ସଂସ୍କୃତି ତଥା ଓଡିଆ ଜାତି ପ୍ରତି ଅସମ୍ମାନ ହେବ । ହିନ୍ଦୁ ଜାଗରଣ ସାମୁଖ୍ୟର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ଅଜିତ୍ କୁମାର ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଖୋର୍ଦ୍ଧା ମାଟିର ବୀର ପାଇକଙ୍କ ବୀରତ୍ୱ ଯୋଗୁଁ ଇତିହାସରେ ଖୋର୍ଦ୍ଧାର ସ୍ଥାନ ସ୍ୱତନ୍ତ୍ର । ଏହି ମାଟିରୁ ଆରମ୍ଭ ହୋଇଥିଲା ଭାରତୀୟ ମୁକ୍ତି ସଂଗ୍ରାମର ପ୍ରଥମ ସଶସ୍ତ୍ର ଗଣ ବିପ୍ଲବ । ଏହି ମାଟିର ପାଇକ ବୀରମାନଙ୍କର ନାମ ସବୁବେଳେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିବ । ଏପରିକି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ପ୍ରମୁଖ ନାୟକ ଥିଲେ ଜୟୀ ରାଜଗୁରୁ । ତେଣୁ ତାଙ୍କ ଉପରେ ଏକ ଚଳିଚିତ୍ର ନିର୍ମାଣ ସହିତ ଏଭଳି ଏକ ଶହୀଦ ସ୍ତମ୍ଭ ପ୍ରସ୍ତୁତ କରାଯାଉ ଯାହା ସମଗ୍ର ବିଶ୍ୱରେ ଜୟୀ ରାଜଗୁରୁଙ୍କ ସ୍ମୃତି ସମ୍ପର୍କରେ ଆଗାମୀ ଯୁବପିଢ଼ୀଙ୍କୁ ପ୍ରେରଣା ଯୋଗାଇବ । ଏଥି ସହିତ ଏହି ବୀର ମାଟିରେ ଏକ ପାଇକ ସଂଗ୍ରାହଳୟ ସ୍ଥାପନ ହେବା ଉଚିତ୍ ବୋଲି କହିଥିଲେ । ସମ୍ମାନିତ ବକ୍ତା ଭାବରେ ଖୋରଧା ସାହିତ୍ୟ ସଂସଦର ସଭାପତି ଗୋପାଳକୃଷ୍ଣ ଦାସ ଯୋଗଦେଇ କହିଲେ ଜୟୀରାଜଗୁରୁଙ୍କ ଦେଶପ୍ରେମ ଓ ବଳିଦାନ ୧୮୫୭ ମସିହା ସିପାହୀ ବିଦ୍ରୋହର ମଙ୍ଗଳ ପେôଣ୍ଡଙ୍କ ତୁଳନାରେ ଯଥେଷ୍ଟ ଅଧିକ । ପାଇକ ଆନ୍ଦୋଳନର ମୁଳଦୁଆ ପକାଇବା କ୍ଷେତ୍ରରେ ଜୟୀରାଜଗୁରୁଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଇଂରେଜ ଶକ୍ତି ତାଙ୍କୁ ଯେଉଁପରି ଏକ ବରଗଛରେ ଦୁଇଟି ଶକ୍ତ ଡ଼ାଳରେ ବାନ୍ଧି ଅତି ବିଭତ୍ସ ତଥା ନୃଶଂସ ଭାବେ ହତ୍ୟା କରିଥିଲେ ତାହା ଆଜି ମଧ୍ୟ ପାଇକ ଜାତି ମନେ ରଖିଛି । ଏଥିସହିତ ଜୟୀରାଜଗୁରୁଙ୍କ ନାମରେ ଏକ ଡ଼ାକ ଟିକଟ ହୋଇପାରି ନଥିବାରୁ ଅତଥିମାନେ କ୍ଷୋଭ ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବରେ ପାଇକ ଫାଉଣ୍ଡେସନର ଅଧ୍ୟକ୍ଷ ସତ୍ୟ ନାରାୟଣ ବିଶୋଇ, ପାଇକ ସଂଗଠନର ସଂପାଦକ ସୁବାସ ଚନ୍ଦ୍ର ଜେନା ଏବଂ ଉପ ସଭାପତି କୃଷ୍ଣ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଯୋଗଦେଇ କହିଲେ ଖୋର୍ଦ୍ଧାର ପାଇକ ମାନଙ୍କ ବୀରତ୍ୱର ପଟ୍ଟାନ୍ତର ନାହିଁ । ଜୟୀ ରାଜଗୁରୁଙ୍କର ଆତ୍ମବିଶ୍ୱାସ, ସ୍ୱାଭିମାନ ଓ ଦେଶ ପ୍ରେମ ତୁଳନା କରିବା କଷ୍ଟକର ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ଆଦି କୃତୀ ସନ୍ତାନ ମାନଙ୍କର ଦେଶଭକ୍ତି ଓ ତ୍ୟାଗ ଜାତୀୟ ଇତିହାସରେ ସ୍ୱର୍ଣ୍ଣାକ୍ଷର ହୋଇ ରହିବ । ଏହି ଅବସରରେ ପାଇକ ସଂସ୍କୃତିର ପୁନର୍ଜାଗରଣ ପାଇଁ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କୁ “ଜୟୀ ରାଜଗୁରୁ ସମ୍ମାନ – ୨୦୧୯” ରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସ୍ମୃତି ସଂସଦର ବରିଷ୍ଠ ସଭ୍ୟ ଅଟଳ ଧର୍ମରାଜ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାତଃ ସମୟରେ ଗଡ଼ଖୋର୍ଦ୍ଧାସ୍ଥିତ ପଂଚପାଇକଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂଣ୍ୟ ପ୍ରସାଦ ରଥ, ପ୍ରିୟଦର୍ଶୀ ସ୍ୱାଇଁ, ନବ କିଶୋର ପାତ୍ର, ମହେଶ୍ୱର ମାଝୀ, ଦେବରାଜ ଦତ, ନରହରି ନନ୍ଦ, ପବିତ୍ର କୁମାର ବେହେରା, ସରୋଜ ପାଲଟାସିଂହ ପମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହେଯାଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ