ରାଜ୍ୟସ୍ତରୀୟ ୫ମ ମରାଠା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ | ପେନାଲ୍ଟି ସଟରେ ଏ ଗୁରୁବା ବିଜୟୀ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ରେ ଆଜି ଠାରୁ ଆରମ୍ଭ ହୋଇଛି ୫ମ ମରାଠା ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ୍। କବି ସମ୍ରାଟ ଖେଳ ପଡିଆରେ ଆଜିର ଉଦ୍ଘାଟନୀ ମ୍ୟାଚରେ ଫୁଲବାଣୀର ଜେଡି କ୍ଳବ ଏବଂ ଭଞ୍ଜନଗର ଏ. ଗୁରୁବା ଏଫ୍ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳରେ ପ୍ରଥମାର୍ଦ୍ଧରେ କେହି ଗୋଲ ହାସଲ କରି ପାରିନଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଫୁଲବାଣୀ ଟିମ ପ୍ରଥମେ ଗୋଟିଏ ଗୋଲ କରିଥିବା ବେଳେ ଭଞ୍ଜନଗର ଟିମ୍ ମଧ୍ୟ ଏକ ଗୋଲ କରିଥିଲା। ଅନ୍ତିମ ସମୟ ପର୍ଯ୍ୟନ୍ତ ଫଳାଫଳ ଅମିମାଂସିତ ରହିଥିବା ବେଳେ ପେନାଲ୍ଟି ସୁଟରେ ଏ ଗୁରୁବା ଟିମ ବିଜୟ ଘୋଷିତ ହୋଇଥିଲା। ଏଥିସହ ଗୋଲ କିପର ଜିତେନକୁ ମ୍ୟାନ ଅଫ ମ୍ୟାଚ୍ ଘୋଷଣା କରାଯାଇଥିଲା।ଏଥିରେ ଅତିଥି ଭାବେ ୮ମ ଭାରତ ସଂରକ୍ଷିତ ବାହିନୀର କମାଣ୍ଡେଣ୍ଟ୍ ସୁଧାକର ମିଶ୍ର,ଏସ ଡ଼ି ପି ଓ ସୁଜିତ କୁମାର ନାୟକ,ଜଳନ୍ଧର ବେହେରା ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ପ୍ରଶାନ୍ତ ମହାନ୍ତି ଧାରା ବିବରଣୀ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ