ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କ କେନ୍ଦ୍ରାପଡା ଗ୍ରସ୍ତ

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଅଧିନରେ ଥିବା ଯୁବ କଲ୍ୟାଣ ବୋର୍ଡ ର ମୁଖ୍ୟ ବିଜୟ କୁମାର ନାୟକ ଏକ ଦିନିକିଆ କେନ୍ଦ୍ରାପଡା ଗ୍ରସ୍ତରେ ଆସି ରାଜକନିକା ଠାରେ ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ଯୋଗଦେବା ସହିତ ସଦର ମହକୁମା ଠାରେ ବିଜୁ ଯୁବବାହିନୀ କର୍ମୀମାନଙ୍କ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ତୃଣ ମୂଳ ସ୍ତରରେ ଯୁବକ ଯୁବତୀମାନେ ବିଭିନ୍ନ ସମାଜ କଲ୍ୟାଣ ମୂଳକ କାର୍ଯ୍ୟରେ ଆଗେଇ ଆସିବାକୁ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ଆହାର ଯୋଜନାର ପରିଚାଳନା ସମ୍ପର୍କରେ ଶ୍ରୀ ନାୟକ ସମୀକ୍ଷା କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀ, ଜିଲ୍ଲା ସଂଯୋଜକ ଅମିତାଭ ସାହୁ, ଅନନ୍ତ ନାୟକ, ପ୍ରିୟଙ୍କା ବଳ, ଦିପ୍ତିମୟୀ ସେନାପତି, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ