ରାଜ୍ୟ ସମ୍ପାଦକ ଭାବେ ତପନ କୁମାର ଦାସ ଙ୍କୁ ମନୋନୀତ କଲେ ମୁଖ୍ୟମନ୍ତ୍ରୀ

କାମାକ୍ଷାନଗର, (ଓ୍ବାଇଏନ୍ଏସ୍): ବିଜୁ ଜନତା ଦଳର ସଦ୍ୟ ପ୍ରକାଶିତ ରାଜ୍ୟ କମିଟିରେ ରାଜ୍ୟ ସମ୍ପାଦକ (ପରିବେଶ) ପଦରେ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଯୁବନେତା ତପନ କୁମାର ଦାସ ଙ୍କୁ ମନୋନୀତ କଲେ ମୁଖ୍ୟମନ୍ତ୍ରୀ । ଆଜି ଏହା ପ୍ରେସ ରିଲଜ ମାଧ୍ୟମରେ ଜଣାଇଛନ୍ତି ଗଣମାଧ୍ୟମର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ଶ୍ରୀ ଦାସ ପୁର୍ବରୁ ସେ ରାଜ୍ୟ କମିଟିରେ ସମ୍ପାଦକ ପଦଵୀରେ ଥିଲେ । ଦୀର୍ଘ ଦିନଧରି କାମାକ୍ଷାନଗର ଓ ଭୁବନ ଅଞ୍ଚଳ ଯୁବଛାତ୍ର ସଂଗଠନ ଓ ରାଜ୍ୟ ସଙ୍ଗଠନରେ କାମ କରୁଥିଲେ । ଏହାକୁ ପାଥେୟ କରି ପୁନର୍ବାର ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଛନ୍ତି । ଏଥିପାଇଁ କାମାକ୍ଷାନଗର ଆଉ ଭୁବନରେ ଯୁବବର୍ଗ ମହଲରେ ଖୁସିର ମାହୋଲ ଖେଳିଯାଇଛି । ଶ୍ରୀ ଦାସ ଏଥିପାଇଁ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଓ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଛନ୍ତି । ଆଗକୁ ଯାହାକିଛି ଦାଇତ୍ଵ ମିଳିବ ତାକୁ ସୂଚାରୁ ରୂପେ କରିବେ ବୋଲି ତପନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ