କୋରନା କଟକଣା ମଧ୍ୟରେ ସ୍ୱାମୀଙ୍କୁ ମୁଖାଗ୍ନି ଦେଲେ ସ୍ତ୍ରୀ
ମାଲକାନିଗିରି ,(ଓ୍ବାଇଏନ୍ଏସ୍): ଶାସ୍ତ୍ରରେ ଲେଖାଥିଲା ଯେତେବେଳେ ପାପର ଭାର ସଂସାରରେ ଅଧିକ ବଢ଼ିଯିବ ସେତେବେଳେ ଏମିତି ଆକସ୍ମିକ ଘଟଣା ସବୁ ଘଟିବ ଯାହା ଲୋକମାନେ କେବେ ସ୍ୱପ୍ନରେ କଳ୍ପନା କରିନଥିବେ | ଆଜିର ଏ କୋରନା ପରିସ୍ଥିତିରେ ଏସବୁକୁ ଲୋକମାନେ ଅନୁଭବ କରି ସାରିଲେଣି ,କୋରନା ବର୍ତ୍ତମାନ ଏଭଳି ପରିସ୍ଥିତି ସୃଷ୍ଟି କରିଛି ଯେ ନିଜର ପରିବାରର ଲୋକମାନେ ନିଜ ପରିବାରକୁ ସାହାଯ୍ୟ କରିପାରୁନାହାନ୍ତି | ଏମିତି ଏକ ଭୟାନକ ପରିସ୍ଥିତିରେ ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି , ସୂଚନା ଯୋଗ୍ୟ ମାଲକାନିଗିରି ସ୍ତିତ ମନ୍ଦାପଲ୍ଲୀ ଗ୍ରାମରେ କୃଷ୍ଣ ଚନ୍ଦ୍ର ନାୟକ ନାମକ ଜଣେ ବ୍ୟକ୍ତି କୋରାପୁଟ ଜିଲ୍ଲା ର ଲମତାପୁଟ ବ୍ଲକ ରେ ଶିକ୍ଷା ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ | କିଛି ଦିନ ଧରି ତାଙ୍କ ଶରୀର ଅସୁସ୍ଥ ଥିବାରୁ ସେ କୋରାପୁଟ ଜିଲ୍ଲା ର ଏକ ହସ୍ପିଟାଲ ରେ ନିଜର ଚିକିତ୍ସା କରୁଥିଲେ ,ଚିକିତ୍ସା କରିବା ପରେ ଜଣାପଡିଲା ସେ କୋରନା ପଜିଟିଭ ଅଛନ୍ତି ଏହା ଜାଣିବା ପରେ ତାଙ୍କୁ ତୁରନ୍ତ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଥିଲା | ସେଥିରେ ତାଙ୍କୁ କୌଣସି ସୁଫଳ ମିଳିଲା ନାହିଁ,ସେ ଦିନକୁ ଦିନ ଆହୁରି ଅସୁସ୍ଥ ହେବାକୁ ଲାଗିଲେ ଆଉ ଶେଷରେ ମହାମାରୀ ତାଙ୍କ ଜୀବନ ନେଇଗଲା , ତାଙ୍କର ପରଲୋକ ପରେ ତାଙ୍କ ମୃତ ଶରୀରକୁ ତାଙ୍କ ଜନ୍ମଭୂମୀ ମାଟି କୁ ନିଆଯାଇଥିଲା | କିନ୍ତୁ ସେ କୋରନା ରେ ମୃତ୍ୱ୍ୱ ବରଣ କରିଥିବାରୁ , ତାଙ୍କର କୌଣସି ଆତ୍ମୀୟ ମାନେ ତାଙ୍କ ଶବକୁ ଦାହ କରିବାକୁ ଆସିନଥିଲେ | ତେଣୁ ବାଧ୍ୟ ହୋଉ ତାଙ୍କ ସ୍ତ୍ରୀ ପୁଷ୍ପା ନାୟକ ସରକାରଙ୍କର ନିୟମ ସହାୟତାରେ ସ୍ୱାମୀଙ୍କ ଶବକୁ ପିପିଇ କିଟ ପିନ୍ଧି ମୁଖାଗ୍ନି ଦେଇଥିଲେ , ଯେଉଁ ସ୍ତ୍ରୀ ଦିନେ ତାଙ୍କ ସ୍ୱାମୀଙ୍କ ହାତ ଧରି ବିବାହ କରିଥିଲେ , ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଦୁହେଁ ଦୁହିଁଙ୍କ ସାଥି ହୋଇ ରହିବେ ବୋଲି ଶପଥ ନେଇଥିଲେ ସେହି ସ୍ଵପ୍ନ ସ୍ୱପ୍ନ ହୋଇ ରହିଗଲା | ଆଜି ଏମିତି ଏକ ପରିସ୍ଥିତି ପୁପ୍ପାଙ୍କ ସାମ୍ମନାରେ ଆସି ପହଁଚିଲା ଯେଉଁ ହାତ ଧରି ଦିନେ ସେ ନିଜର ବିବାହିତ ଜୀବନ ଆରମ୍ଭ କରିଥିଲେ ,ଆଜି ସେହି ହାତରେ ନିଜ ସୁଖ କୁ ଜଳାଞ୍ଜଳି ଦେଲେ , ନିଜ ସ୍ୱାମୀର ଶବକୁ ମୁଖାଗ୍ନି ଦେଲେ | ଗୋଟିଏ ସ୍ତ୍ରୀ ପାଇଁ ଜୀବନରେ ୟାଠୁ ବଡ ଦୁଃଖର ସମୟ ଆଉ କିଛି ନାହିଁ | ଶବକୁ ଦାହ କରିବା ସମୟରେ ସେଠାକାର ବିଧାୟକ ,ବ୍ଲକ କର୍ମଚାରୀ ଓ ସହପାଠୀ ମାନେ ଉପସ୍ଥିତ ଥିଲେ |


