ରାଜ୍ୟ ସରକାର ଜାଗା ଯୋଗାଇ ଦେଇଥିଲେ ଭୁବନେଶ୍ୱର ବସ୍ତି ବାସୀନ୍ଦାଙ୍କ ପାଇଁ ପକ୍କା ଘର କରିଥାନ୍ତେ ମୋଦି ସରକାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ରାଜ୍ୟ ସରକାର ଜାଗା ଯୋଗାଇ ଦେଇଥିଲେ ଭୁବନେଶ୍ୱର ବସ୍ତି ବାସୀନ୍ଦାଙ୍କ ପାଇଁ ମୋଦି ସରକାର ପକ୍କା ଘର କରିଥାନ୍ତେ । ଜାଗା ଯୋଗାଇ ନଦେବା ପଛରେ ଗରିବଙ୍କୁ ଗରିବ କରି ରଖିବା ରାଜ୍ୟ ସରକାରଙ୍କର ଉଦ୍ଦେଶ୍ୟ ଥିଲା ବୋଲି ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳିରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ବିଜେପି ସରକାର ଆସିଲେ ଭୁବନେଶ୍ୱରର ୨ ଲକ୍ଷ ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କା ଘର ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୧୯ ବର୍ଷ ହେଲା ବିଜେଡି ସରକାରରେ ରାଜଧାନୀ ଭୁବନେଶ୍ୱରରେ ରହୁଥିବା ବସ୍ତି ଲୋକଙ୍କର ସ୍ଥାୟୀ ପଟ୍ଟା ନାହିଁ, ପକ୍କା ଘର ନାହିାଁ ରାଜ୍ୟ ସରକାରଙ୍କ ପାଖରେ ବିଲଡର ମାନଙ୍କୁ ଜାଗା ଦେବାପାଇଁ ଜାଗା ଦେବାକୁ ଅଛି କିନ୍ତୁ ବସ୍ତି ଲୋକଙ୍କ ପାଇଁ ଜାଗା ନାହିଁ । ସେମାନଙ୍କୁ କେବଳ ଭୋଟ ଦେବା କାମରେ ବ୍ୟବହାର କରାଯାଉଛି ବୋଲି ସେ କହିଛନ୍ତି । ଶବରସାହୀ ପଡିଆ ଏ ଅଂଚଳର ଆବଶ୍ୟକତା ଜିନିଷ । ଭୁବନେଶ୍ୱର-ମଧ୍ୟ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବିଜୟ ଲାଭ କଲେ ଏହାକୁ ଅତ୍ୟାଧୁନିକ ସାମାଜିକ ଖେଳ ପଡିଆ କରାଯିବ ଭୁବନେଶ୍ୱର ଗରିବ, ମଧ୍ୟବିତ ପରିବାରଙ୍କର ନବୀନ ବାବୁଙ୍କ ଭଳି କେବଳ ଇଙ୍ଗ ବଡ ଲୋକଙ୍କ ପାଇଁ ନୁହେଁ । ସେହିପରି କଳିଙ୍ଗ ଷ୍ଟାଡିୟମ ସାଢେ ୪ କୋଟି ଓଡିଆ ଲୋକଙ୍କର । ମାତ୍ର ଦଳେ ଅସାଧୁଙ୍କ ପାଇଁ ସେଠାକୁ ସାଧାରଣ ଲୋକମାନେ ଖେଳ ଓ ଚଲାବୁଲା କରିବା ପାଇଁ ଯାଉନାହାନ୍ତି ବୋଲି କହିଛନ୍ତି । ଯେତେବେଳେ ଗରିବ ଘରର ପୁଅ ଦେଶର ପ୍ରଧାନମନ୍ତ୍ରୀ ହୁଏ ଗରିବ ପାଇଁ ପଟ୍ଟା କଥା ଭାବେ, ପକ୍କା ଘର, ପିଇବା ପାଣି, ବିଜୁଳି, ଗ୍ୟାସ କଥା ଭାବେ, ମା’ର ସମ୍ମାନ ଓ ରୋଜଗାର କଥା ଭାବେ । ଦେଶର ନରେନ୍ଦ୍ର ମୋଦି ୫୮ ବର୍ଷରେ ୭ କୋଟି ମହିଳାଙ୍କୁ ମାଗଣାରେ ଏଲପିଜି କନେକ୍ସନ ଦେଲେ, ୧୨ କୋଟିଙ୍କ ଘରେ ଶୌଚାଳୟ ନିର୍ମାଣ କଲେ , ଓଡିଶାର ୪୦ ଲକ୍ଷ ଘରେ ଉଜ୍ଜଳା, ୮ ଲକ୍ଷ ଭଉଣୀଙ୍କୁ ଘର ଦେଲେ, ୨୪ ଲକ୍ଷ ଲୋକଙ୍କୁ ବିଜୁଳି ଦେଲେ , ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ପାଇଁ ପଇସାଦେଲେ । ଏଥିରେ ମୁଖ୍ୟମନ୍ତ୍ରୀ ମୋଦି ଓଡିଶା ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି । ଏ ନିର୍ବାଚନର ଲଢେଇ କେବଳ ସାସଂଦ ଓ ବିଧାୟକଙ୍କର ନୁହେଁ, ଏହା ପରିବର୍ତନର ଲଢେଇ ବୋଲି କହିଛନ୍ତି । ଯେଉଁ ସରକାର ଲୋକଙ୍କୁ ସ୍ଥାୟୀ ପଟ୍ଟା ସହ ପକ୍କା ଘର, ୨୪ ଘଂଟା ବିଜୁଳି ଦେବ, ପାଣି, ଗ୍ୟାସ ଓ ରୋଜଗାର ସହ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବ ସେହି ସରକାର ବନାଇବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ