ରାଜ୍ୟ ସ୍ତରରେ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କ ପୁରସ୍କୃତ

କେନ୍ଦ୍ରାପଡା : ୬୬ତମ ରାଜ୍ୟ ସ୍ତରୀୟ ସମବାୟ ସପ୍ତାହ ପାଳନ ଅବସରରେ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିବା ଜଣାପଡିଛି । ଭୂବନେଶ୍ୱର ଜୟଦେବ ଭବନରେ ଏହି ଉପଲକ୍ଷେ ରାଜ୍ୟ ସମବାୟ ୟୁନିଅନ ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଠାରୁ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ, ଓଏସଡି ଭଞ୍ଜ କିଶୋର ଜେନା ଓ ଭଞ୍ଜ କିଶୋର ମହାନ୍ତି ପ୍ରମୁଖ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସାମଲ ବ୍ୟାଙ୍କର ସମସ୍ତ ଅଂଶିଦାର ଭାଇଭଉଣୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ