ରାଜ୍ୟ ସ୍ତରୀୟ ସ୍କାଉଟରେ ଗଜପତିର ସଫଳତା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଭୁବନେଶ୍ୱରର ୟୁନିଟ 3ସ୍ଥିତ ସ୍କାଉଟ ଭବନରେ ଠାରେ ରାଜ୍ୟ ସ୍ତରୀୟ ରେନ୍ ବୋ ସ୍କାଉଟ କ୍ୟାମ୍ପ ୨୨ ମାର୍ଚ୍ଚ ରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ପାଞ୍ଚଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରରେ ୩୦ ଟି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଡ୍ୟାନ୍ସ, ହସ୍ତକଳା, କମେଡି, ଡ୍ରାମା,ରଙ୍ଗୋଲି, ଆଞ୍ଚଳିକ ଖାଦ୍ୟ,ରାମ୍ପ ସୋ ପେପର କ୍ରାଫଟ ଆଦି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।ଗଜପତି ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକଙ୍କ ଅନୁମୋଦନ କ୍ରମେ ଏବଂ ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଗଜପତି ଜିଲ୍ଲାର ସେଞ୍ଚୁ ରିୟାନ ପବ୍ଲିକ ସ୍କୁଲ, ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ୍ ଭାଲିଆସାହି ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ଶିକୁଳି ପଦରରୁ ମୋଟ 26 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ଏହି ଛାତ୍ର ଛାତ୍ରୀ ମାନେ କ୍ୟାମ୍ପ ଫାୟାର ଗ୍ରୁପ ଡ୍ୟାନ୍ସ ରେ ପ୍ରଥମ ସ୍ଥାନ, ଗ୍ରୁଫ ଡ୍ରାମା ରେ ତୃତୀୟ ସ୍ଥାନ, ରାମ୍ପ ସୋରେ ଗୋଟିଏ ସ୍ୱର୍ଣ୍ଣ ପଦକ ହାସଲ କରି ଜିଲ୍ଲାର ଗୌରବକୁ ଦ୍ୱିଗୁଣିତ କରିଛନ୍ତି।ଉକ୍ତ କ୍ୟାମ୍ପରେ କିଶୋର ଚନ୍ଦ୍ର ଦାସ, ମାତଙ୍ଗୀନି ଗୁରୁ, ପ୍ରହଲ୍ଲାଦ ସିଂଅଳ,ନିଳାଚଳ ନାୟକ ପ୍ରମୁଖ ସ୍କାଉଟ ଗାଇଡ଼ ଭାବରେ ଯାଇଛନ୍ତି।ଏହି ସଫଳତା ପାଇଁ କେ. ଏମ୍ ଭାଲିଆ ସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଦଳବେହେରା ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି।


