ରାବଣ ପୋଡିକୁ ନେଇ ରାଜଧାନୀରେ ସ୍ୱତନ୍ତ୍ର ବ୍ୟବସ୍ଥା
ଭୂବନେଶ୍ୱର-(ଯୁୁଗାଦ୍ଦନ୍ୟୁଜ)-ବୁଧବାର ସାରା ଭାରତରେ ପାଳନ କାରାଯାଉଛି ବଜୟାଦଶମୀ ବା ଦଶହରା କୁହାଯାଏ, ପୁରାଣରେ ବର୍ଣ୍ଣିତ ଅଛି ଏହି ଦିନ ଶ୍ରୀ ରାମଚନ୍ଦ୍ର ଲଙ୍କା ଜୟ କରି ଜାନକୀ ଙ୍କୁ ଧରି ଅଯୋଧ୍ୟ ଫେରିଥିଲେ । ଏହି ଦିନକୁ ସ୍ମରଣ ରଖିବା ପାଇଁ ଆମେ ବଜୟା ଦଶମୀ ପାଳନ କରିଥାଉ । ଏହି ଦିନ ଆଉ ଗୋଟିଏ ପରମ୍ପାରା ରହିଛି ରାବଣ ପୋଡି । ଅସତ୍ୟ ଉପରେ ସତ୍ୟର ବିଜୟକୁ ମନେପକାଇବା ପାଇଁ ଏହି ଦିନ ଚାରିଆଡେ ରାବଣ ପୋଡି ଅନୁଷ୍ଠିତ ହୁଏ । ବିଜୟାଦଶମୀରେ ପାପ, ଅହଂକାର, ଅସତ୍ୟର ପ୍ରତିକ ସ୍ୱରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ । ବିଜୟାଦଶମୀରେ ପାପ, ଅହଂକାର, ଅସତ୍ୟର ପ୍ରତିକ ସ୍ୱରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯିବ । ଏଥିପାଇଁ ରାଜ୍ୟର ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ିପାଇଁ ଆୟୋଜକଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି । ମିଳିଥିବା ସୂତନା ଅନୁସାରେ ଭୂବନେଶ୍ୱର ପ୍ରମୁଖ ପୂଜା ମଣ୍ଡପ ଯଥା ପଳାଶୁଣି, ନୟାପଲ୍ଲୀ, ଝାରପଡ଼ା, ବରମୁଣ୍ଡା, ଅହରକଣ୍ଟା ଆଦି ସ୍ଥାନରେ ରାବଣପୋଡ଼ି ଉତ୍ସବ ଆୟୋଜିତ ହେଉଛି। ଏସବୁ ସ୍ଥାନରେ ଆଜି ରାତି ୧୦ଟା ବେଳେ ରାବଣପୋଡ଼ି ହେବ ବୋଲି ଜଣାଯାଇଛି।