ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ଉଦଯାପିତ
ହିଂଜିଳିକାଟୁ, ୨୯ା୫ (ଶେଷଦେବ ସାହୁ): ସ୍ଥାନୀୟ ଭାଗବତ କଥା ବିତରଣ ପରିଷଦ ପକ୍ଷରୁ ହିଂଜିଳିକାଟୁ ପୌରାଂଚଳ ପାଟଣା ସାହି ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ଚଳିତ ମାସ ୨୦ ତାରିଖ ଠାରୁ ୯ ଦିନ ବ୍ୟାପି ଚାଲିଥିବା ରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି । ଗତ ୧୯ ତାରିଖରେ ବିଗ୍ରହ ପ୍ରାଣ ପ୍ରତିଷ୍ଠା ପରେ ୨୦ ତାରିଖ ଠାରୁ ସକାଳ ସମୟରେ ପାରାୟଣ ଓ ସନ୍ଧ୍ୟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ଚାଲୁ ରହଥିିଲା । ପ୍ରବଚକ ଭାବେ କଟକ ଜିଲ୍ଲାର ପଣ୍ଡିତ ରାମାୟଣୀ ସୂର୍ଯ୍ୟକାନ୍ତ ଶର୍ମା ଓ ସହାୟକ ଭାବେବଳରାମ ପରିଡ଼ା, ନିରଂଜନ ଦାଶ ପ୍ରମୁଖ ଯୋଗଦେଇ ଉପସ୍ଥିତ ଜନସାଧାରଣଙ୍କୁ ପ୍ରଭୁ ଶ୍ରୀରାମଙ୍କ ଅମୃତବାଣୀ ଶୁଣାଇଥିଲେ ।ବ୍ୟାସ ଭାବେ ପଣ୍ଡିତ ପଦ୍ମ ଚରଣ ଦାଶ, ଧାରକ ସନ୍ୟାସି ସାହୁ, ସାହେବ ସାହୁ ଯୋଗ ଦେଇଥିଲେ । ପାରାୟଣ ଓ ପ୍ରବଚନ ଶୁଣିବା ନିମନ୍ତେ ପ୍ରତ୍ୟେହ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ସହସ୍ରାଧିକ ମହିଳା ଓ ପୁରୁଷ ଶ୍ରୋତା ଯୋଗ ଦେଇଥିଲେ । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ, ସମ୍ମାନିତ ଅତିଥି ଭାବେ ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଯୋଗଦେଇ ପାରିଷଦର ବାର୍ଷିକ ପତ୍ରିକା ‘ ଶାଶ୍ୱତ କଥା’ ର ଶୁଭ ଉନ୍ମୋଚନ କରିବା ସହ ବିଗତ ଦିନରେ ପାରିଷଦ ପକ୍ଷରୁ ୩୦ ଟି ଉଚ୍ଚ ବିଦ୍ୟାଳୟ ଓ ୨୫ ଟି ପ୍ରାଥମିକ ବିଦ୍ୟାଳୟର ଶିକ୍ଷାର୍ଥୀଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଶିକ୍ଷାର୍ଥୀଙ୍କୁ ପୁରସ୍କାର ଓ ପମାଣପତ୍ର ପ୍ରଦାନ କରାଯାଇଥିଲା । କୃତୀ ଶିକ୍ଷାର୍ଥୀ ମାନେ ହେଲେ ଶୁଭସ୍ମିତା ଆଚାରୀ, ଆକାଶ ସାହୁ, ଗୌତମ ଜେନା, ଆୟୁଷ୍ମାନ ପଟ୍ଟନାୟକ, ଅନୁରାଧା ସ୍ୱାଇଁ, ସ୍ୱାତୀ ସାହୁ, ପୂଜାରାଣୀ ଦାଶ, ପୁଷ୍ପାଂଜଳି ଷଡ଼ଙ୍ଗୀ, ସୁଧାମୟୀ ଦାଶ, ପୂଜାରାଣୀ ସ୍ୱାଇଁ, ଅଂଜଳି ଗୌଡ଼, ସରସ୍ୱତୀ ଶତପଥୀ, ଅଙ୍କିତା ସାହୁ, କେଦାର ସାହୁ, ଶୃତି ସେଠି, ଦିପକ ପୋଲାଇ, ସୁନେଲି ପାଢି, ପୂଜା ଗୌଡ଼, କ୍ରିଷ୍ଣା ମହାରଣା, ଅଙ୍କିତା କୁମାରୀ ସ୍ୱାଇଁ, ପ୍ରିତମ କୁମାର ପଟ୍ଟନାୟକ ।ପାରିଷଦର ସଭାପତି ଦେବାନନ୍ଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଉପସଭାପତି ଲକ୍ଷ୍ମୀ ନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ମନୋଜ ସାହୁ, ସମ୍ପାଦକ ପ୍ରିୟଦର୍ଶୀ ପଟ୍ଟନାୟକ, କୋଷାଧ୍ୟକ୍ଷ ନୀଳ ମାଧବ ଦ୍ୟାନସାମନ୍ତ, ବ୍ୟବସ୍ଥାପକ ଶିକ୍ଷକ ଏ. ଶଙ୍କର ପ୍ରସାଦ ଆଚାରୀ, ରୋହିତ ପାଢି, ପ୍ରଫେସର ରମେଶ ଚନ୍ଦ୍ର ଚୌଧୁରୀ, ହରିହର ଚୌଧୁରୀ, ଅରବିନ୍ଦ ପଣ୍ଡା, ଡ଼ଃ. ଗଦାଧର ବେହେରା, ନାରାୟଣ ପାଢି, ତରୁଣ କୁମାର ପଣ୍ଡା, ପ୍ରଶାନ୍ତ କୁମାର ପଟ୍ଟନାୟକ, ଚିକୁ ପଣ୍ଡା, ଯୁଧିଷ୍ଟିର ସ୍ୱାଇଁ, ନାରାୟଣ ପାଢି, ଡ଼ଃ. ନିବେଦିତା ପାତ୍ର, ଯୁଗଳ ପଣ୍ଡା, ଡ଼ି. ଗୌରୀ, ଶକୁନ୍ତଳା ସାହୁ,ଭାଗ୍ୟ ଲଏକ୍ଷ୍ମୀ ପାଢି ପୂଣ୍ଣବାସୀ ପାଣିଗ୍ରାହୀ, ନିରୁପମା ସାହୁ, ଭାଗ୍ୟ ଲକ୍ଷ୍ମୀ ପାଢି, ଶକୁନ୍ତଳା ସାହୁ, ଜୟନ୍ତି ବେହେରା, ଝୁନୁ ଚୌଧୁରୀ, ସଂଯୁକ୍ତା ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।