ରାମ-ଜାନକୀ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଧାମନଗର ବ୍ଲକ ଅସୁରାଳି ନିକଟ କାଶିମପୁର ଠାରେ ରାମ-ଜାନକୀ ମନ୍ଦିର ନିର୍ମାଣ ପାଇଁ ଆଶା ଉଜ୍ଜୀବିତ ହୋଇଛି । ଏଠାରେ ପ୍ରାୟ ୧୫୦ ଶହ ବର୍ଷରୁ ଅଧିକ ହେବ ଏକ ପରିତ୍ୟକ୍ତ ଆଶ୍ରମ ଗୃହରେ ଭଗବାନ ଶ୍ରୀରାମ ଓ ମା ସୀତା ପୂଜା ପାଉଛନ୍ତି। ଯଦିଓ ଆଶ୍ରମ ନାମପର ଦୁଇ ଏକର ଜମିରେ ରହିଛି କିନ୍ତୁ ମନ୍ଦିର ନିର୍ମାଣ ଏଯାଏଁ ସମ୍ଭବ ହୋଇ ପାରିନଥିଲା। ନିକଟରେ ଅଯୋଧ୍ୟାରେ ଯେଉଁ ଦିନ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିଲା ଠିକ୍ ସେହିଦିନ କାଶିମପୁର ଠାରେ ରାମ-ଜାନକୀ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ଆଶ୍ରମ ପରିଦର୍ଶନ କରି ସମାଜ ସେବି ସତ୍ୟବ୍ରତ ଦାସ କହିଛନ୍ତି।ମନ୍ଦିର ନିର୍ମାଣ ପାଇଁ ପରିଷଦ ସହିତ ରାଜନୈତିକ ନେତ୍ରୁ ବୃନ୍ଦଙ୍କ ସହଯୋଗ ଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି।


