ରାଷ୍ଟୀୟ ସ୍ଵୟଂସେବକ ସଂଘର ବିଜୟା ଦଶମୀ ଉତ୍ସବ
ବାରିପଦା, (ମୁରାରୀ ମୋହନ ମହାପାତ୍ର): ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଆନୁକୁଲ୍ୟରେ ବାରିପଦା ଠାରେ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି. ଉତ୍ସବରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସେବକ ମାନେ ମିଳିତ ଭାବେ ମଧୁବନ ପଡିଆ ଠାରୁ ଏକ ପଦ ସଞ୍ଚଳନ ଶୋଭାଯାତ୍ରା ଆରମ୍ଭ କରି ଛଉ ପଡିଆ ଠାରେ ପହଂଚିଥିଲେ. ଏହି ଶୋଭାଯାତ୍ରାକୁ ବାରିପଦାର ବିଭିନ୍ନ ଅନୁଷ୍ଠlନ ସ୍ଵାଗତ କରିଥିବା ବେଳେ, ଶେଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା. ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସହ ପ୍ରାନ୍ତ କାର୍ଯ୍ୟବାହ ରବିନାରାୟଣ ପଣ୍ଡା ଭାରତର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋକପାତ କରି ସମସ୍ତ ଭାରତୀୟ ମାନଙ୍କୁ ଏକଜୁଟ ହୋଇ ରହିବାକୁ ଆହ୍ଵାନ ଦେଇଥିଲେ. ମୁଖ୍ୟ ଅତିଥି ଭାବେ ଡାକ୍ତର ପରମେଶ୍ଵର ସିଂ ଯୋଗ ଦେଇଥିବା ବେଳେ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ମୟୁରଭଞ୍ଜ ଜିଲ୍ଲା କାର୍ଯ୍ୟବାହ ନିର୍ମଳ ଜେନା ସଭାକାର୍ଯ୍ୟ ପରିଚାଳନା କରିଥିଲେ. କାର୍ଯ୍ୟ କ୍ରମରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସ୍ଵୟଂ ସେବକ ମାନେ ଦଣ୍ଡ, ବ୍ୟାୟାମ ଯୋଗ ଆଦି ପ୍ରଦର୍ଶନ କରିଥିଲେ.