ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଅବସରରେ ସିଦ୍ଧି ବିନାୟକ ଶିକ୍ଷାନୁଷ୍ଠାନରେ ବିଶେଷ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା) :ଦେଶର ପ୍ରଥମ ଅନୁସୂଚିତ ଜନଜାତି ମହିଳା ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣକୁ ନେଇ ସୋମବାର ସବୁଠି ଉତ୍ସବର ମାହଲ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱରର ସିଦ୍ଧି ବିନାୟକ ଗ୍ରୁଫ ଅଫ ଇନଷ୍ଟିଚ୍ୟୁସନ୍ସ ପକ୍ଷରୁ ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବାଜା ଓ ମାଦଲର ତାଳେ ତାଳେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶିକ୍ଷକ ଶିକ୍ଷୟିତ୍ରୀ ପର୍ଯ୍ୟନ୍ତ ଏହି ଉତ୍ସବରେ ନାଚି ଉଠିଥିଲେ । ସିଦ୍ଧି ବିନାୟକ ୱାଟର ପାର୍କ ପରିସରରେ ଏହି ବିଶେଷ ଉତ୍ସବ ଅନୁଷ୍ଠିତ ହୋଇଥିଲା । କବି ପ୍ରଶାନ୍ତ ଦାସ ଏଥିରେ ଅତିଥି-ବକ୍ତା ଭାବେ ଯୋଗଦେଇ ଅନୁଷ୍ଠାନ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ଉତ୍ସବ ସମସ୍ତଙ୍କ ମନରେ ଏକ ଜାତୀୟତାବାଦ ସୃଷ୍ଟି କରିଛି ବୋଲି କହିଥିଲେ । ଏଇ ମାଟିର କନ୍ୟା ଯେତେବେଳେ ଦେଶର ସର୍ବୋଚ୍ଚ ସ୍ଥାନ ଅଳଙ୍କାର କରିଛନ୍ତି, ତାଙ୍କ ଉଦ୍ଦେଶ୍ୟରେ କେବଳ ବାଲେଶ୍ୱର କାହିଁକି ବରଂ ସମଗ୍ର ଓଡ଼ିଶାରେ ଏହିଭଳି ଉତ୍ସବ ପାଳନ ହେବା ଉଚିତ ବୋଲି ସେ କହିଥିଲେ । ଝାଡ଼ଖଣ୍ଡର ରାଜ୍ୟପାଳ ଥିବା ବେଳେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ଓ ଯୁକ୍ତଦୁଇ ବିଜ୍ଞାନ କଲେଜ ବାର୍ଷିକ ଉତ୍ସବରେ ଦୁଇଥର ଅତିଥି ଭାବେ ସେ ଯୋଗ ଦେଇଥିଲେ । ଦେଶର ଶୀର୍ଷ ବ୍ୟକ୍ତିତ୍ୱଙ୍କର ଶପଥ ଗ୍ରହଣକୁ ସ୍ମରଣୀୟ କରିବାକୁ ପାଇଁ ଅନୁଷ୍ଠାନ ପକ୍ଷରୁ ଏହି ଉତ୍ସବ ଆୟୋଜିତ ହୋଇଥିବା ସିଦ୍ଧି ବିନାୟକ ଗ୍ରୁପର ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା କହିଛନ୍ତି । ଅନୁଷ୍ଠାନର ଚେୟାରମ୍ୟାନ ପ୍ରଫୁଲ୍ଲ କୁମାର ମଢ଼ୁଆଳ, ସଭାପତି ମୌସୁମ କୁମାର ସିଂହ, ଉପଦେଷ୍ଟା କମଳାକାନ୍ତ ଆଚାର୍ଯ୍ୟ, ଯୁଗ୍ମ ସମ୍ପାଦକ ସୁମନ୍ତ କୁମାର ସାହୁ ପ୍ରମୁଖ ଉତ୍ସବରେ ସାମିଲ ହେବା ସହ ଦ୍ରୌପଦୀ ମୁର୍ମୁୁଙ୍କ ପାଇଁ ସମସ୍ତଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ