ରାଷ୍ଟ୍ରପତିଙ୍କ ସହ ରାତ୍ରି ଭୋଜନ କରିବେ ଦେବସ୍ମିତା

ଜୟପୁର, (ଯୁଗାବ୍ଦ ନ୍ୟୁଜ):ବିକ୍ରମଦେବ ବିଶ୍ବବିଦ୍ୟାଳୟର ତୃତୀୟ ବର୍ଷର ଛାତ୍ରୀ ଦେବସ୍ମିତା ବେନିଆଙ୍କୁ ରାଷ୍ଟ୍ରପତିଙ୍କ ରାତ୍ରୀ ଭୋଜନ କରିବାକୁ ନିମନ୍ତ୍ରଣ ଆସିଛି। ଆସନ୍ତା ସାଧାରଣତନ୍ତ୍ର ଦିବସ ରେ ରାଷ୍ଟ୍ରପତିଙ୍କ ବାସଭବନରେ ଦେଶ ବ୍ୟାପି ୨୫୦ ଜଣକୁ ନେଇ ହୋମ ଡିନର ପାଇଁ ନିମନ୍ତ୍ରଣ କରାଯାଇଥିବା ବେଳେ ଜୟପୁରର ଛାତ୍ରୀଙ୍କୁ ମନୋନିତ କରାଯାଇଥିବା ଯୋଗୁଁ ବିଶ୍ବବିଦ୍ୟାଳୟ ପରିସରରେ ଖୁସିର ଲହରି ଖେଳିଯାଇଛି। ଏନସିସି କର୍ଯ୍ୟକଳାପରେ ଉଲ୍ଲେଖନିୟ ଅବଦାନ ପାଇଁ ରାଜୀବଗାନ୍ଧୀ ରାଜ୍ୟ ପୁରସ୍କାର ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଥିବା ଏନସିସି ପ୍ୟାରେଡକୁ ମନୋନିତ କରାଯାଇଥିଲା। ଏହି ବିଶେଷ ନିମନ୍ତ୍ରଣ ବ୍ୟକ୍ତିଗତ ଭାବରେ ଜୟପୁର ଡାକଘର ଅଧିକାରୀ ଲିଙ୍ଗରାଜ ନଗରରେ ତାଙ୍କ ବାସଭବନକୁ ପ୍ରଦାନ କରାଯାଇଥିଲା। ରାଷ୍ଟ୍ରପତି ତଥା ଭାରତ ସରକାର ଏବ˚ ଏନସିସି ଅଧିକାରୀ ତଥା ୨ୟ ଓଡିଶା ଗାର୍ଲସ ବାଟାଲିୟନ ମୁଖ୍ୟ ଅଧିକାରୀଙ୍କୁ ଦେବସ୍ମିତା ଧନ୍ୟବାଦ ଜଣାଇଛନ୍ତି । ଆସନ୍ତା ଜାନଆରୀ ୧୮ ତାରିଖରେ ଦିଲ୍ଲୀ ଅଭିମୁଖେ ବାହାରିବେ ବୋଲି ସିଟିଓ ସନ୍ତୋଷିନୀ ମୁଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ