ରାଷ୍ଟ୍ରପତି ନିର୍ଵାଚନକୁ ନେଇ ବଡ ବୟାନ୍ ଦେଲେ ମାଇକେଲ ବ୍ଲୁମବର୍ଗ

ୱସିଂଟନ:- ରାଷ୍ଟ୍ରପତି ନିର୍ଵାଚନରେ ଟ୍ରମ୍ପଙ୍କୁ ହରାଇବା ପାଇଁ ଦରକାର ପଡ଼ିଲେ ମୁଁ ମୋର ସମସ୍ତ ଅର୍ଥ ଖର୍ଚ୍ଚ କରିଦେବି ଏଭଳି କଥା କହିଛନ୍ତି ମାଇକେଲ ବ୍ଲୁମବର୍ଗ । ଆମେରିକାର ଅଷ୍ଟମ ଧନୀ ବ୍ୟକ୍ତି ମାଇକେଲ ଆସନ୍ତା ରାଷ୍ଟ୍ରପତି ନିର୍ଵାଚନରେ ପ୍ରାର୍ଥୀ ହୋଇଛନ୍ତି । ଏଥିପାଇଁ ସେ ଆମେରିକାର ସମସ୍ତ ସମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ ଗଣମାଧ୍ୟମର ସାହାର୍ଯ୍ୟ ନେଇଛନ୍ତି । କେବଳ ଟିଭି ବିଜ୍ଞାପନ ବାବଦରେ ସେ ୩୭ ନିୟୁତ ଡଲାର ବ୍ୟୟ କରିବା ଯୋଜନା ରଖିଛନ୍ତି । ସେ ଡେମୋକ୍ରାଟିକ ପାର୍ଟିରୁ ପ୍ରାର୍ଥୀ ହେବା ପ୍ରୟାସ ଚଳାଇଥିବା ଜଣାପଡିଛି। ଇତିମଧ୍ୟରେ ସେ ଏକ ପ୍ରଚାର ଗାଡି ରେ ଟୋକ୍ସାସର ପ୍ରାୟ ୫୦୦ କିଲୋମିଟର ଯାତ୍ରା କରିସାରିଲେଣି । ସୂଚନାଥାଉକି ଡେମୋକ୍ରାଟିକ ପାର୍ଟିରୁ ପ୍ରାର୍ଥୀ ହେବା ପାଇଁ ଦୌଡରେ ଅଛନ୍ତି ଜୋ ବିଡେନ ,ବର୍ଣ୍ଣି ସ୍ୟାଣ୍ଡସ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ