କୋଠା ନିର୍ମାଣ କଲେ ଅଗ୍ନିନିର୍ବାପକ ଯନ୍ତ୍ରାଂଶ ବାଧ୍ୟତାମୁଳକ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍):ବ୍ରହ୍ମପୁର ମହାନଗର ନିଗମ ତରଫରୁ ମୁନିସିପାଲଟିର ସମ୍ମିଳନୀ କକ୍ଷରେ ଗୁରୁବାର ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାନଗର ନିଗମ ପରିସରରେ ବସବାସ କରୁଥିବା ଲୋକମାନେ ନୂତନ ଉଚ କୋଠାଗୃହ ନିର୍ମାଣ କଲେ କିପରି ଭାବରେ ଅଗ୍ନିନିର୍ବାପକ ଯନ୍ତ୍ରାଶଂ ତା ସହିତ ବିଦ୍ୟୁତର କିଭଳି ଭାବରେ ସଂରକ୍ଷଣ କରାଯାଇପାରିବ ଏହି ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଆସନ୍ତା ୨୨ ତାରିଖରେ ଏକ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ କେଉଁ ପ୍ରଣାଳୀରେ ଗୃହ ନିର୍ମାଣ କରିବେ ଓ ଏଥିରେ କିଭଳି ଭାବରେ ଅଗ୍ନିକାଣ୍ଡ ଘଟିଲେ ପ୍ରାଥମିକ ସ୍ତରରେ କିଭଳି ନିଆଁକୁ ଆୟତ୍ତ କରିବା ସହ ଜନଜୀବନ ସୁରକ୍ଷିତ ରହିପାରିବା ସହ ବିଦ୍ୟୁତ୍ର କିଭଳି ଭାବରେ ସଂରକ୍ଷିତ କରାଯାଇପାରିବ ସେ ଉପରେ ଆଲୋଚନା କରାଯିବ । ଏହି ଦିଗରେ ସଚେତନତା କରିବା ପାଇଁ ବରିଷ୍ଠ ଆର୍କିଟେକଚର ମାନେ ଉପସ୍ଥିତ ରହି ଏଲହି ବିଷୟରେ ଆଲୋଚନା କରିବେ ।


