ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକକଙ୍କ ପରଲୋକ
ବାଲେଶ୍ୱର, (ସରୋଜ ପଣ୍ଡା):କର୍କଟ ରୋଗରେ ପୀଡିତ ଦୁଇ ଦୁଇଥର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ନାୟକଙ୍କର ପୁରୁଣା ବାଲେଶ୍ୱର ସ୍ଥିତ ବାସଭବନରେ ଇହଲୋକ ତ୍ଯାଗ କରିଛନ୍ତି I ସ୍ବଭାବରେ ସେ ଜଣେ ମିଷ୍ଟଭାସି , ମେଳାପୀ ଲୋକ ଥିଲେ I ସମସ୍ତଙ୍କୁ ଆପଣାର କରିନେଉଥିବା ତାଙ୍କ ମୃତ୍ୟୁ ସୀୟରେ ତାଙ୍କ ସ୍ତ୍ରୀ, ଦୁଇ ପୁଅ, ଦୁଇ ଝିଅ, ନାତି ନାତୁଣୀ ଉପସ୍ଥିତ ଥିଲେ I ବିଜେପି ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନଗର ସଭାପତି ଶ୍ରୀ ଚିତ୍ତ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ରଣଜିତ ପୃଷ୍ଟି , ଗୁପ ଜେନା , ସଂଜୀବ ପ୍ରଧାନ ପ୍ରମୁଖ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ ।